ତିଲେଶ୍ୱର ମଣ୍ଡି ଉଦ୍‌ଘାଟିତ, ୨୬୦ କ୍ବିଣ୍ଟାଲ୍‌ ଧାନ ଉଠିଲା

Advertisment
ତିଲେଶ୍ୱର ମଣ୍ଡି ଉଦ୍‌ଘାଟିତ, ୨୬୦ କ୍ବିଣ୍ଟାଲ୍‌ ଧାନ ଉଠିଲା

ହରଭଙ୍ଗା: ହରଭଙ୍ଗା ବ୍ଲକ୍‌ ତିଲେଶ୍ୱର ସେବା ସମବାୟ ପ୍ରାଙ୍ଗଣରେ ମଙ୍ଗଳବାର ଧାନ ମଣ୍ଡି ଉଦ୍‌ଘାଟିତ ହୋଇଛି। ଏଥିରେ ବିଶିଷ୍ଟ ଚାଷୀ ସୁରେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ତଥା ସମିତି ସଭ୍ୟା ସାବିତ୍ରୀ ବେହେରା, ନାଏବ ସରପଞ୍ଚ ରାଜେଶ୍ୱରୀ ପ୍ରଧାନ, ତିଲେଶ୍ୱର ସମିତିର ସଭାପତି ବିଜୟ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପୂଜାର୍ଚ୍ଚନା ପରେ ଏସ୍‌ସିଏସ୍‌ ସଭାପତି ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଚାଷୀ, ମିଲର ଓ ଆର୍‌ଏମ୍‌ସି କର୍ମଚାରୀଙ୍କୁ ନେଇ ଏକ ବୈଠକ ବସି ଚଳିତ ବର୍ଷର ଧାନ କିଣା ପ୍ରକ୍ରିୟା କେମିତି ସୁଚାରୁ ରୂପେ ହେବ ସେ ନେଇ ଆଲୋଚନା ହୋଇଥିଲା।

ସେହିପରି ଏଫଏକ୍ୟୁ ମାନର ଉନ୍ନତ ଧାନ ଆଣିବାକୁ ସଭାପତି ଶ୍ରୀ ବେହେରା ଚାଷୀମାନଙ୍କୁ ନିବେଦନ କରିଥିଲେ। ସମିତିର ସମ୍ପାଦକ ଶୁଭ୍ରଜିତ ବେହେରା ଧାନକିଣାର ସମସ୍ତ ପ୍ରକ୍ରିୟା ସଂପର୍କରେ ଚାଷୀମାନଙ୍କୁ ଅବଗତ କରିଥିଲେ। ଆଜି ପ୍ରଥମ ଦିନରେ ଦିଲ୍ଲୀପ ପ୍ରଧାନ, ଲବ ଯୋଶୀ, ପୀତବାସ ପ୍ରଧାନ, ଦୁର୍ଯ୍ୟୋଧନ ଥାଟି ପ୍ରମୁଖ ଚାଷୀଙ୍କଠାରୁ ୨୬୦.୭୭ କ୍ବିଣ୍ଟାଲ ଧାନ କିଣାଯାଇଥିବା ସମ୍ପାଦକ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ବିରୁପାକ୍ଷ ଦେହୁରୀ, ମିକୁନ ବାରିକ, ବସନ୍ତ ପ୍ରଧାନ, ଲବ ଯୋଶୀ ପ୍ରମୁ ପେକ୍ସ କର୍ମଚାରୀଙ୍କ ସମେତ ସମସ୍ତ ନିର୍ଦେଶକ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe