ସୋରଡ଼ା : ଆଗକୁ ଆସୁଛି ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା। ଏଥିପାଇଁ ଚଳଚଞ୍ଜଳ ହେଲାଣି ପୁରୀ ରଥ ଖଳା। ତିନି ଠାକୁରଙ୍କ ରଥ ନିର୍ମାଣ ପାଇଁ ପ୍ରଥମ ଦଫାରେ ପୁରୀରେ ରଥ କାଠ ପହଞ୍ଚି ସାରିଛି। ଆଗାମୀ ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ ଆରମ୍ଭ ହେବ।
ଚଳିତ ବର୍ଷ ବିଶ୍ବ ନିୟନ୍ତାଙ୍କ ରଥ ନିର୍ମାଣ ପାଇଁ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ଗାଜଲବାଡ଼ି ନର୍ଥ ସେକ୍ସନ୍ ପଣ୍ଡାଖୋଲ ସଂରକ୍ଷିତ ଜଙ୍ଗଲରୁ ୫୦ ଖଣ୍ଡ କାଠ ପଠାଯିବାକୁ ଚିହ୍ନଟ ହୋଇଥିଲା। ଏହି କ୍ରମରେ ଆଜି କାଠ କଟା ଶୁଭାରମ୍ଭ ହୋଇଛି। ଭଜନ କୀର୍ତ୍ତନ ତାଳରେ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା ପରେ କାଠ କଟା ଆରମ୍ଭ କରା ଯାଇଥିଲା। ଏହି ସମୟରେ ଡିଏଫ୍ଓ ଦିଲ୍ଲୀପ କୁମାର ରାଉତ, ଏସିଏଫ୍ ପ୍ରଭାକର ନାୟକ, ସୋରଡ଼ା ରେଞ୍ଜର୍ ଲମ୍ବୋଦର ବାସ୍କେ, ଗାଜଲବାଡ଼ି ନର୍ଥ ସେକ୍ସନ୍ ଫରେଷ୍ଟର୍ ଅର୍ଜୁନ ଜାନି, ଫରେଷ୍ଟ୍ ରେଞ୍ଜର୍ ଅବିନାଶ କହଁର, ଧ୍ରୁବଚରଣ ନାୟକ ଓ କିଛି ଗ୍ରାମବାସୀ ଉପସ୍ଥିତ ଥିଲେ।
Follow Us