ଘଟଗାଁ : ଟ୍ରାକ୍ଟର ସହ କାଠ ଜବତ

ଘଟଗାଁ : ଟ୍ରାକ୍ଟର ସହ କାଠ ଜବତ

ଘଟଗାଁ : ଗୁରୁବାର ସକାଳୁ ଢେଙ୍କିକୋଟ ନିକଟରୁ ବୋଲେରୋ ସହ କାଠ ଜବତ କରାଯାଇଥିବା ‌ବେଳେ ଉପରଓଳି ଏକ ନୂଆ ନମ୍ବର ବିହୀନ ଡାଲା ଭର୍ତ୍ତି କାଠ ସହ ଟ୍ରାକ୍ଟରକୁ ଜବତ କରାଯାଇଛି। ଟ୍ରାକ୍ଟରରେ ଦୁଇଟି ଶାଳ ଗଣ୍ଡି ସହ ଛୋଟ କାଠ ଚାଲାଣ ହେଉଥିଲା। ଟ୍ରାକ୍ଟରଟି କୁଣ୍ଡାପିଠା ନାଳବିଲା ରାସ୍ତାରେ ଆସୁଥିବା ସମୟରେ ପାଟ୍ରୋଲିଂ ସ୍କ୍ୱାଡ଼ ନଜରରେ ପଡିଥିଲା। ବନ ବିଭାଗ କର୍ମଚାରୀଙ୍କୁ ଦେଖି ଟ୍ରାକ୍ଟର ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲା। ଟ୍ରାକ୍ଟରରେ ଜଙ୍ଗଲରୁ ଗଛ କାଟି ଇଟା ଭାଟି ପାଇଁ ନେଉଥିବ ସୂଚନା ମିଳିଛି। ସମ୍ପୃକ୍ତ ଗାଡି କାହାର ତାହା ଜଣା ଯାଇ ନାହିଁ। ଘଟଗାଁ ଫରେଷ୍ଟର ଟିକେଶ୍ୱର ମହାନ୍ତଙ୍କ ସମେତ ଅନ୍ୟାନ୍ୟ ପାରା ଫରେଷ୍ଟ କର୍ମଚାରୀ ସାମିଲ ଥିଲେ। ଟ୍ରାକ୍ଟର ସହ କାଠ ଧରି ଘଟଗାଁ ରେଞ୍ଜ ଅଫିସକୁ ଆଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe