ବଦଳିଲା ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସର ଯାତ୍ରା ସମୟ

Advertisment
ଗୁରୁ ନାନକଙ୍କର ୫୫୦ତମ ଜନ୍ମ ଦିବସ ପାଳନ ଅବସରରେ ୯ରୁ ପୁରୀ-ଅମୃତସର ମଧ୍ୟରେ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର: ଟ୍ରେନ ପରିଚାଳନାଗତ କାରଣ ପାଇଁ ପୂର୍ବତଟ ରେଳପଥ ଆସନ୍ତା ସେପ୍ଟେମ୍ବର ମାସ ପହିଲା ଠାରୁ ୧୨୮୯୪ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସର ସମୟ ସାରଣୀକୁ ପରିବର୍ତ୍ତିତ କରି ଚଳାଚଳ କରିବାକୁ ସ୍ଥିର କରିଛି।

publive-image

୧୨୮୯୪ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ସେପ୍ଟେମ୍ବର ମାସ ପହିଲାରୁ ବଲାଙ୍ଗୀର ଠାରୁ ବର୍ତ୍ତମାନ ସ୍ଥିରୀକୃତ ସମୟ ଅପରାହ୍ନ ୨ଘ.୩୦ମି. ପରିବର୍ତ୍ତେ ଅପରାହ୍ନ ୨ଘ.୪୫ମି. ରେ ଛାଡି ଭୁବନେଶ୍ୱର ଠାରେ ପୂର୍ବନିର୍ଦ୍ଧାରିତ ସମୟ ରାତ୍ର ୯ଘ.୪୦ମି. ପରିବର୍ତ୍ତେ ରାତ୍ର ୯ଘ.୫୫ମି. ରେ ପହଞ୍ଚିବ ।

ବଲାଙ୍ଗୀର ଓ ଭୁବନେଶ୍ୱର ମଧ୍ୟରେ ଇଣ୍ଟରସିଟି ଏକ୍ସପ୍ରେସ ପାଇଁ ସ୍ଥିରୀକୃତ ଷ୍ଟେସନମାନଙ୍କରେ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇ ଅଛି। ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ଲୋଇଶିଙ୍ଗାରୁ ଅପରାହ୍ନ ୩ଘ.୦୩ମି.ରେ, ବରଗଡ଼ ରୋଡ଼ରୁ ଅପରାହ୍ନ ୩ଘ.୪୯ମି.ରେ, ସମ୍ବଲପୁରରୁ ଅପରାହ୍ନ ୪ଘ.୫୦ମି.ରେ, ରେଢ଼ାଖୋଲରୁ ଅପରାହ୍ନ ୫ଘ.୫୭ମି.ରେ, ଅନୁଗୁଳରୁ ସନ୍ଧ୍ୟା ୭ଘ.୨୯ମି.ରେ, ତାଳଚେର ରୋଡ଼ରୁ ସନ୍ଧ୍ୟା ୭ଘ.୪୧ମି.ରେ, ଢେଙ୍କାନାଳରୁ ରାତ୍ର ୮ଘ.୩୧ମି.ରେ ଏବଂ ନରାଜ ମାର୍ଥାପୁରରୁ ରାତ୍ର ୯ଘ.୧୭ମି.ରେ ଛାଡି ଭୁବନେଶ୍ୱର ଯାତ୍ରା କରିବ ।publive-image

ଭୁବନେଶ୍ୱରରୁ ସକାଳେ ଛାଡୁଥିବା ୧୨୮୯୩ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ ସମୟ ସାରଣୀ ଓ ସ୍ଥିରୀକୃତ ଷ୍ଟେସନରେ କୌଣସି ପରିବର୍ତ୍ତନ ହେବନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe