ଏସିଆର ଶିକ୍ଷାକ୍ଷେତ୍ରରେ ଚମକିଲା ଏନ୍‌ଆଇଟି; ଟାଇମ୍‌ସ ହାଇଅର୍‌ ଏଜୁକେଶନ ଏସିଆନ୍‌ ୟୁନିଭର୍ସିଟି ରେଙ୍କିଙ୍ଗ ପ୍ରକାଶିତ

Advertisment

ଏସିଆର ଶ୍ରେଷ୍ଠ ୨୦୧-୨୫୦ ବର୍ଗରେ, ଦେଶର ସର୍ବଶ୍ରେଷ୍ଠ ଏନ୍‌ଆଇଟି

ଏସିଆର ଶ୍ରେଷ୍ଠ ୨୦୧-୨୫୦ ବର୍ଗରେ, ଦେଶର ସର୍ବଶ୍ରେଷ୍ଠ ଏନ୍‌ଆଇଟି

ଏସିଆର ଶିକ୍ଷାକ୍ଷେତ୍ରରେ ଚମକିଲା ଏନ୍‌ଆଇଟି; ଟାଇମ୍‌ସ ହାଇଅର୍‌ ଏଜୁକେଶନ ଏସିଆନ୍‌ ୟୁନିଭର୍ସିଟି ରେଙ୍କିଙ୍ଗ ପ୍ରକାଶିତ

ରାଉରକେଲା: ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ଆଉ ଏକ ଉପଲବ୍ଧି ହାସଲ କରିଛି। ଟାଇମ୍‌ସ ହାଇଅର୍‌ ଏଜୁକେଶନ ଏସିଆନ୍‌ ୟୁନିଭର୍ସିଟି ରୢାଙ୍କିରେ ରାଉରକେଲା ଏନ୍‌ଆଇଟି ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ସ୍ଥାନ ଦଖଲ କରିଛି। ଦେଶର ସର୍ବଶ୍ରେଷ୍ଠ ଏନ୍‌ଆଇଟି ତାଲିକାରେ ପ୍ରଥମ ସ୍ଥାନ ଦଖଲ କରିଛି। ଏହାସହ ଏସିଆର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଳିକାରେ ୨୦୧-୨୫୦ ବର୍ଗରେ ରହିଛି।

ସେହିଭଳି ଦେଶର ବୈଷୟିକ ଅନୁଷ୍ଠାନ ବର୍ଗରେ ୧୨ତମ ସ୍ଥାନ ଏବଂ ଦେଶର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ମଧ୍ୟରେ ୨୬ତମ ସ୍ଥାନରେ ରହିଛି। ଅନୁଷ୍ଠାନର ବିଭିନ୍ନ ଦିଗକୁ ଅନୁଶୀଳନ କରି ଏହି ରୢାଙ୍କିଂ ଦିଆଯାଇଥାଏ। ବିଶେଷକରି ଅନୁଷ୍ଠାନରେ ଶିକ୍ଷା ଦାନର ମାନ, ଗବେଷଣା, ଜ୍ଞାନର ଆଦାନ ପ୍ରଦାନ, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଆଦି ବିଭିନ୍ନ ଦିଗକୁ ତର୍ଜମା କରାଯାଇଥାଏ। ଏନେଇ ଏନ୍‌ଆଇଟି ନିର୍ଦ୍ଦେଶକ ପ୍ରଫେସର ଅନୀମେଶ ବିଶ୍ବାସ କହିଛନ୍ତି, ଅନୁଷ୍ଠାନର ପ୍ରତ୍ୟେକ ସଦସ୍ୟଙ୍କ ନିଷ୍ଠାପର ପରିଶ୍ରମ ତଥା ସମ୍ମିଳିତ ପ୍ରୟାସ ବ‌ଳରେ ଏହି ସଫଳତା ମିଳିପାରିଛି।

ଅନୁଷ୍ଠାନ ବିଭିନ୍ନ ସମୟରେ ଜ୍ଞାନର ଆଦାନ ପ୍ରଦାନ, ଗବେଷଣାକୁ ପ୍ରାଧାନ୍ୟ ଦେଇଆସିଛି। ବିଶେଷକରି ଗବେଷଣା କ୍ଷେତ୍ରରେ ଅନୁଷ୍ଠାନ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସନୀୟ ହୋଇପାରିଛି। ଗବେଷଣାକୁ ବ୍ୟାପକ ଓ ତ୍ବରାନ୍ବିତ କରିବାକୁ ଅନୁଷ୍ଠାନରେ ୧୧ଟି ଗବେଷଣା କେନ୍ଦ୍ର ସ୍ଥାପିତ ହୋଇଛି। ସଂପ୍ରତି ଇସ୍ରୋ ସହ ମିଳିତ ଆନୁକୁଲ୍ୟରେ ସ୍ପେସ୍‌ ଟେକ୍ନୋଲୋଜି ଇନ୍‌କ୍ୟୁବେସନ ସେଣ୍ଟର୍‌(ଏସ୍‌-ଟିଆଇସି) ସ୍ଥାପନ କରାଯାଉଛି। ଏହି ସଫଳତା ଆଗାମୀ ଦିନରେ ଅଧିକରୁ ଅଧିକ ଉତ୍କୃଷ୍ଟତା ହାସଲ କରିବାକୁ ପ୍ରେରଣା ଯୋଗାଇବବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe