କାଲିଠୁ ଗଂଜାମ ଜିଲ୍ଲାରେ ସକାଳ ୫ଟାରୁ ରାତି ୮ଟା ଯାଏଁ ଖୋଲିବ ଦୋକାନ-ବଜାର: ଜିଲ୍ଲାପାଳ

Advertisment
ନିୟମ ନମାନିଲେ ଗଞ୍ଜାମରେ ସ୍ଥିତି ପୁଣି ଭୟାବହ ହେବ: ଜିଲ୍ଲାପାଳ

Photo: India Whispers

ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ କାଲିଠାରୁ ସକାଳ ୫ଟାରୁ ରାତି ୮ଟା ଯାଏଁ ଦୋକାନ ବଜାର ଖୋଲିବ। ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜାରି ରହିବ। ଜିଲ୍ଲାପାଳ ଦୋକାନୀମାନଙ୍କୁ ଅପିଲ କରିଛନ୍ତି ଯେ, ସେମାନେ ସାମାଜିକ ଦୂରତା ତଥା ପଂଚସୂତ୍ର ନିୟମ ପାଳନ କରନ୍ତୁ। ସମସ୍ତେ ମାସ୍କ ପିନ୍ଧନ୍ତୁ ଏବଂ ୨ ମିଟର ସାମାଜିକ ଦୂରତା ରକ୍ଷା କରନ୍ତୁ।

ସୂଚନାଯୋଗ୍ୟ ଗଂଜାମ ଜିଲ୍ଲାରେ କରୋନା ଭାଇରସ ସଂକ୍ରମଣ ସ୍ଥିତି ଦିନକୁ ଦିନ ସୁଧୁରୁଥିବାରୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଦୋକାନ-ବଜାର ଗୁଡ଼ିକ ଖୋଲିବା ନେଇ ଅନୁମତି ପ୍ରଦାନ କରିଛନ୍ତି। ଜିଲ୍ଲାରେ ଆଜି ୨୭୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ ଏପର୍ଯ୍ୟନ୍ତ ୧୬ହଜାର ୩୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୪ ହଜାର ୪୪୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ୧୭୨୩ ଜଣ ଆକ୍ରାନ୍ତ ଚିକିତ୍ସାଧୀ ଥିବା ବେଳେ ୧୭୪ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe