ନଭେମ୍ବର ୩ରେ ତିର୍ତୋଲ, ବାଲେଶ୍ବର ଉପନିର୍ବାଚନ

Advertisment

ଅକ୍‌ଟୋବର ୯ରେ ବିଜ୍ଞପ୍ତି, ୧୬ ସୁଦ୍ଧା ନାମାଙ୍କନ ଦାଖଲ, ନଭେମ୍ବର ୧୦ରେ ଫଳାଫଳ

ଅକ୍‌ଟୋବର ୯ରେ ବିଜ୍ଞପ୍ତି, ୧୬ ସୁଦ୍ଧା ନାମାଙ୍କନ ଦାଖଲ, ନଭେମ୍ବର ୧୦ରେ ଫଳାଫଳ

ଜମ୍ମୁ କାଶ୍ମୀରରେ ଡିଡିସି ନିର୍ବାଚନ, ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଭୋଟ୍‌

Onmanorama

ନୂଆଦିଲ୍ଲୀ/ ଭୁବନେଶ୍ବର: ବାଲେଶ୍ବର ଏବଂ ତିର୍ତ୍ତୋଲ ସମେତ ଦେଶର ୫୬ବିଧାନସଭା ଆସନ ଓ ବିହାରରେ ଗୋଟିଏ ସଂସଦୀୟ କ୍ଷେତ୍ରରେ ଉପନିର୍ବାଚନ ଲାଗି ଭାରତର ନିର୍ବାଚନ କମିସନ ଆଜି ତାରିଖ ଘୋଷଣା କରିଛନ୍ତି। ୧୦ଟି ରାଜ୍ୟ ଅନ୍ତର୍ଗତ ୫୪ଟି ବିଧାନସଭା ନିର୍ବାଚନ ଲାଗି ଆସନ୍ତା ନଭେମ୍ବର ୩ ତାରିଖ ଦିନ ଭୋଟଗ୍ରହଣ କରାଯିବ ଓ ୧୦ ତାରିଖରେ ଗଣତି କରାଯାଇ ଭୋଟ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ସଂକ୍ରାନ୍ତରେ ଅକ୍ଟୋବର ୯ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ୧୬ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ୧୭ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୧୯ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ଲାଗି ଦିନ ଧାର୍ଯ୍ୟ ହୋଇଛି। ଏଥିସହିତ ବାଲେଶ୍ବର ଓ ତିର୍ତ୍ତୋଲ ଆସନ ଲାଗି ଆଜିଠାରୁ ଆଚରଣ ବିଧି ଲାଗୁ ହୋଇଛି।

କଟକଣା ଭିତରେ ହେବ ମତଦାନ
ଅନ୍‌ଲାଇନ୍‌ରେ ପ୍ରାର୍ଥିପତ୍ର ଦାଖଲ

ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ପରେ ବାଲେଶ୍ବର ସଦର ଆସନ ଖାଲି ପଡ଼ିଥିଲା। ପରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କର ମଧ୍ୟ ଦେହାନ୍ତ ହୋଇଥିଲା। ଫଳରେ ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାର ଦୁଇଟି ଆସନ ଖାଲିପଡ଼ିଛି। ଏହି ଆସନ ପାଇଁ ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସମରସଜ୍ଜା ଆରମ୍ଭ କରିଦେଲେଣି। ତେବେ କୌଣସି ଦଳ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିପାରିନାହାନ୍ତି। ବିକାଶ ମୂଳକ କାର୍ଯ୍ୟକୁ ଆଧାର କରି ବିଜେଡି ନିର୍ବାଚନମଣ୍ଡଳୀ ହାତେଇବାକୁ ଯୋଜନା ଚଳାଇଥିବା ବେଳେ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ସହିତ କେନ୍ଦ୍ର ସରକାରଙ୍କ ପଦକ୍ଷେପ ସଂପର୍କରେ ଲୋକଙ୍କୁ ବୁଝାଇ ଭୋଟ ନେବାକୁ କୌଶଳ କରୁଛି ବିଜେପି। ସେହିଭଳି ଉଭୟ ବିଜେଡି ଓ ବିଜେପି କିଭଳି ଭିତିରିଆ ସଂପର୍କ ରଖି ଆଗକୁ ବଢ଼ୁଛନ୍ତି ଓ ଉଭୟ ରାଜ୍ୟ ସ୍ବାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି ସେ ସଂପର୍କରେ ଲୋକଙ୍କ ପାଖକୁ ଯାଇ ଭୋଟ ମାଗିବ ବୋଲି କଂଗ୍ରେସ ସୂଚନା ଦେଇଛି।

ଉଲ୍ଲେଖଯୋଗ୍ୟ ଯେ ସମ୍ପୂର୍ଣ୍ଣ କରୋନା କଟକଣା ଭିତରେ ଏହି ନିର୍ବାଚନ ହେବ ବୋଲି କମିସନ ସ୍ପଷ୍ଟ କରିଦେଇଛନ୍ତି। ଉଭୟ ପ୍ରାର୍ଥୀ ଓ ଭୋଟରଙ୍କ ପାଇଁ ନିୟମାବଳୀ ଜାରି କରିଛନ୍ତି। ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ଠାରୁ ଆରମ୍ଭ କରି ପ୍ରଚାର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ କୋଭିଡ୍ କଟକଣା ପାଳନ କରାଯିବ। ମାସ୍କ, ସାନିଟାଇଜର ଓ ଗ୍ଲୋବ୍‌ସ ବ୍ୟବହାର ଉପରେ ଗୁରୁତ୍ବାରୋପ କରାଯାଇଛି। ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧିବା ସହ ଗ୍ଲୋଭ୍‌ସ ପିନ୍ଧି ମତଦାନ କରିବେ। ଆୟୋଗ ତରଫରୁ ସବୁ ଭୋଟରମାନଙ୍କୁ ଏସବୁ ସାମଗ୍ରୀ ମାଗଣାରେ ଯୋଗାଇ ଦିଆଯିବ। ସାମାଜିକ ଦୂରତା, ହାତ ଧୋଇବା ଓ ସାନିଟାଇଜ୍‌ର ବ୍ୟବହାର ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ସବୁ ମତଦାନ କେନ୍ଦ୍ରରେ ଥର୍ମାଲ ସ୍କାନର ଲଗାଯିବ ଓ ସମସ୍ତ କର୍ମଚାରୀ ଏବଂ ଭୋଟରଙ୍କ ଦେହର ତାପମାତ୍ରା ମପାଯିବ। ମତଦାନ କେନ୍ଦ୍ରକୁ ଯିବା ପୂର୍ବରୁ କୌଣସି ସ୍ବାସ୍ଥ୍ୟଗତ ଅସଙ୍ଗତି ଲକ୍ଷ୍ୟ କରାଗଲେ ମତଦାତାଙ୍କୁ କେନ୍ଦ୍ର ଭିତରକୁ ଅନୁମତି ମିଳିବ ନାହିଁ। ଗୋଟିଏ ବୁଥ୍‌ରେ ୧୫୦୦ ବଦଳରେ କେବଳ ୧୦୦୦ ଲୋକଙ୍କୁ ଭୋଟଦାନ କରିବାକୁ ଅନୁମତି ଦିଆଯିବ। ମତଦାନ କେନ୍ଦ୍ରରେ ସ୍ଥାପିତ ହେଲ୍ପ ଡେସ୍କ ପକ୍ଷରୁ ମତଦାତାଙ୍କୁ ଏକ ଟୋକନ୍ ଦିଆଯିବ ଓ ସେହି ଅନୁସାରେ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବ। ମିଳିଥିବା ସୂଚନା ଅନୁସାରେ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବେ। ପ୍ରାର୍ଥିପତ୍ର ନିର୍ବାଚନ କମିଶନରଙ୍କ ୱେବସାଇଟ୍‌ରେ ଉପଲବ୍ଧ ହେବ। ଅନ୍‌ଲାଇନ୍‌ରେ ସତ୍ୟପାଠ ଓ ଅମାନତ ରାଶି ଜମା କରାଯିବ। ଏସଂପର୍କରେ କମିସନ୍ ଗାଇଡଲାଇନ୍ସ ଜାରି କରିପାରନ୍ତି କମିସନ୍।

ନିର୍ବାଚନ ପ୍ରଚାର ପାଇଁ ମଧ୍ୟ ସ୍ବତନ୍ତ୍ର ବିଧିବ୍ୟବସ୍ଥା ନିର୍ଧାରିତ କରାଯାଇଛି। ପ୍ରଚାର ବେଳେ ସାମାଜିକ ଦୂରତା ରକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯିବ। ଘରକୁ ଘର ବୁଲି ପ୍ରଚାର କରିବା ପାଇଁ ମାତ୍ର ୫ଜଣ ବ୍ୟକ୍ତି ଯାଇପାରିବେ। ସଭାରେ ୫୦ରୁ ଅଧିକ ଲୋକ ରହିବେ ନାହିଁ। ରାଲିରେ ଉପସ୍ଥିତ ସମସ୍ତ ଲୋକଙ୍କୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe