ବିବାହକୁ ନେଇ ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର

କଟକର ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ

ବିବାହକୁ ନେଇ ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର

The Indian Express

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ କଟକ ସବରେଜିଷ୍ଟ୍ରାର୍‌ଙ୍କ ନିକଟରେ ବିବାହ ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ଗତ ୨୧ ତାରିଖରେ ସେ ବ୍ୟକ୍ତିଗତ ଭାବେ ସବରେଜିଷ୍ଟ୍ରାର୍‌ଙ୍କ ନିକଟରେ ହାଜର ହୋଇ କଟକ ଅରୁଣୋଦୟନଗର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି। ଅନ୍ୟପଟେ ବିଧାୟକଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାଶ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ‘କୋର୍ଟଙ୍କ ଦ୍ବାରସ୍ଥ ହେବି ଓ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବି’ ବୋଲି କହିଛନ୍ତି।

କଟକର ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ
ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବି: ସୋମାଲିକା

ସଂପୃକ୍ତ ଯୁବତୀଙ୍କୁ ନେଇ ପୂର୍ବରୁ ମଧ୍ୟ ସୋମାଲିକା ଗଣମାଧ୍ୟମରେ ବୟାନ ଦେଇଥିଲେ। ଜଣେ ବିବାହିତ ମହିଳାଙ୍କ ପ୍ରେମରେ ବିଜୟ ଶଙ୍କର ପଡ଼ିଛନ୍ତି, ତାଙ୍କୁ ହିଁ ସେ ବିବାହ କରିବେ ବୋଲି ସେ ବାରମ୍ବାର ଅଭିଯୋଗ କରିଥିଲେ। ବର୍ତ୍ତମାନ ତାଙ୍କର ବିବାହ ବିଚ୍ଛେଦ ହୋଇସାରିଛି, ଏଣୁ ତାଙ୍କୁ ବିବାହ କରିବା ପାଇଁ ବିଧାୟକ ଆବେଦନ କରିଥିବା ସୋମାଲିକା କହିଛନ୍ତି। ଜଣେ ବିଧାୟକଙ୍କ ବିରୋଧରେ ଥାନା ଓ କୋର୍ଟରେ ମାମଲା ରୁଜୁ କରାଯାଇଛି, ତାଙ୍କୁ କେହି ବି କ୍ଲିନ୍‌ଚିଟ୍ ପ୍ରଦାନ କରି ନାହାନ୍ତି। ତଥାପି କାହା ସାହସରେ ସେ ଏମିତି ପଦକ୍ଷେପ ନେଉଛନ୍ତି ବୋଲି ସୋମାଲିକା ପ୍ରଶ୍ନ କରିଛନ୍ତି। ଏହା ସହ ପୁଲିସ ତଦନ୍ତକୁ ସେ ନାପସନ୍ଦ କରି କହିଛନ୍ତି ଯେ ଇତିମଧ୍ୟରେ ଜଗତସିଂହପୁର ଥାନାରୁ ଦୁଇ ଜଣ ଇନ୍‌ସପେକ୍ଟର୍‌ଙ୍କ ବଦଳି ହୋଇଗଲାଣି। ଏଣୁ ପ୍ରତ୍ୟେକ ଥର ବଦଳି ପରେ ତାଙ୍କର ବୟାନ ରେକର୍ଡ କରାଯାଉଛି। ଅନ୍ୟପଟେ ବିଧାୟକଙ୍କୁ ଥରଟିଏ ବି ଥାନାକୁ ଡକାଯାଇ ପଚରାଉଚରା କରାଗଲା ନାହିଁ। ଯେହେତୁ ଶାସକଦଳର ସେ ଜଣେ ବିଧାୟକ, ସେଥିପାଇଁ ପୁଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭୟ କରୁଛି ବୋଲି ସେ କହିଛନ୍ତି। ଅପରପକ୍ଷେ ଏହି ଘଟଣାରେ ବିଧାୟକ ବିଜୟ ଶଙ୍କର ସମ୍ପୂର୍ଣ୍ଣ ନିରବ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe