ସକାଳ ୯ଟା ସୁଦ୍ଧା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ମୋଟ୍ ୭.୫୮ ପ୍ରତିଶତ ମତଦାନ

ସକାଳ ୯ଟା ସୁଦ୍ଧା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ମୋଟ୍ ୭.୫୮ ପ୍ରତିଶତ ମତଦାନ

ଜଗତସିଂହପୁର/ପାରାଦୀପ: ବହୁଚର୍ଚ୍ଚିତ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଭିନ୍ନ ମତଦାନ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଜାରି ରହିଥିବାର ଖବର ମିଳିଛି। ସକାଳ ୯ଟା ସୁଦ୍ଧା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ମୋଟ୍ ୭.୫୮ ପ୍ରତିଶତ ମତଦାନ ହୋଇଥିବାର ସୂଚନା ମିଳିଛି। ଏଥିମଧ୍ୟରୁ ବିରିଡ଼ି ବ୍ଲକରେ ୬.୪%, ରଘୁନାଥପୁର ବ୍ଲକରେ ୬.୩% ଓ ତିର୍ତ୍ତୋଲ ବ୍ଲକରେ ୯.୧୫% ମତଦାନ ହୋଇଛି। ଏଠାରେ ମାତ୍ର ୧୭, ୯୯୮ଜଣ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଆଜି ୨ ଲକ୍ଷ ୩୯ ହଜାର ୧୫୩ ଜଣ ଭୋଟର ମତଦାନ କରିବେ।

ସୂଚନାଯୋଗ୍ୟ, କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ବୁଥ୍‌ ସଂଖ୍ୟା ୨୬୫ରୁ ୩୭୩କୁ ବୃଦ୍ଧି କରାଯାଇଛି । ୧୯୪୦ ଜଣ ପ୍ରିଜାଇଡିଙ୍ଗ୍‌ ପୋଲିଂ ଅଧିକାରୀ ମତଦାନ କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି। ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଏବଂ ଏସ୍‌ପି ପ୍ରକାଶ ରଙ୍ଗରାଜ କିପରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହେବ ସେଥିପାଇଁ ବିଶେଷ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଉପ-ନିର୍ବାଚନ ନିମନ୍ତେ ୬୨ ଜଣ ସି.ଏ.ପି.ଏଫ୍‌, ୩୭ ଜଣ ୱେବ୍‌ କାଷ୍ଟିଙ୍ଗ୍‌, ୪୦ ଜଣ ମାଇକ୍ରୋ ଅବଜରଭର୍‌, ୫ଟି ଭିଡ଼ିଓ ଗ୍ରାଫର ନିୟୋଜିତ ହୋଇଛନ୍ତି । ଉପ-ନିର୍ବାଚନ ନିମନ୍ତେ ୩୩ ଜଣ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe