ପାରଳା ଓ ମୋହନା ବିଧାନସଭା ଆସନ : ସୂରିୟାଙ୍କୁ କଂଗ୍ରେସ ଟିକେଟ, ତିରୁପତି ସ୍ବାଧୀନ ଲଢ଼ିବେ

Advertisment

ତିରୁପତି, ନାରାୟଣ, ଭରତଙ୍କ ନାମାଙ୍କନ

ତିରୁପତି, ନାରାୟଣ, ଭରତଙ୍କ ନାମାଙ୍କନ

ପାରଳା ଓ ମୋହନା ବିଧାନସଭା ଆସନ : ସୂରିୟାଙ୍କୁ କଂଗ୍ରେସ ଟିକେଟ, ତିରୁପତି ସ୍ବାଧୀନ ଲଢ଼ିବେ

ପାରଳାଖେମୁଣ୍ଡି : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା ନିର୍ବାଚନ କ୍ଷେତ୍ର ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ସରିଛି। ଦୁଇ ନିର୍ବାଚନ ମଣ୍ଡଳୀରୁ ବର୍ତମାନ ସୁଦ୍ଧା ୩ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ଡ.ତିରୁପତି ପାଣିଗ୍ରାହୀ ଏବ˚ କେ.ନାରାୟଣ ରାଓ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ମୋହନା ବିଧାନସଭା ଆସନରୁ ବିଜେପି ନେତା ଭରତ ପାଇକ ପାରଳାଖେମୁଣ୍ଡି ଉପ-ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁଙ୍କ ନିକଟରେ ନାମାଙ୍କନ ଦାଖଲ କର୍ରିଥିଲେ।

ବୁଧବାର ତିରୁପତି ହାଇଟେକ ପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରାରେ ପ୍ରାୟ ୧୫ ହଜାର ସମର୍ଥକଙ୍କ ସହ ସହର ପରିକ୍ରମା କରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦୁଇ ସେଟ୍‌ ନାମାଙ୍କନ ଦାଖଲ କରିଥିଲେ। ଗୋଟିଏ କ˚ଗ୍ରେସ ଦଳ ପକ୍ଷରୁ, ଅନ୍ୟଟି ସ୍ବାଧୀନ ପ୍ରାର୍ଥୀ ରୂପେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। କ˚ଗ୍ରେସ ଟିକଟ ମିଳିଥିଲେ ବି ଫର୍ମ ପରେ ଦାଖଲ କରିଥାନ୍ତେ। ଟିକଟ ମିଳି ନଥିବାରୁ ସେ ସ୍ବାଧୀନ ପ୍ରାର୍ଥୀ ରୂପେ ଲଢିବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀ ଡାକି ତିରୁପତି ସ୍ପଷ୍ଟ କରି ଦେଇଛନ୍ତି। ହେଲେ ପାରଳାଖେମୁଣ୍ଡି ଆସନରୁ କେ.ସୂରିୟା ରାଓଙ୍କୁ କଂଗ୍ରେସ ଟିକେଟ ପ୍ରଦାନ କରିଛି।

ମୋହନା ବିଧାନସଭା ଆସନ ପାଇଁ ପୂର୍ବତନ ବିଧାୟକ ଭରତ ପାଇକ ବିଜେପି ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରି ଦଳୀୟ ଟିକଟ ମିଳିଲେ ପ୍ରତିଦ୍ବନ୍ଦିତା କରିବେ, ନଚେତ ଓହରି ଯାଇ ଦଳ ଚୟନ କରିବା ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ସ୍ପଷ୍ଟ କରିଥିଲେ। ଏପଟେ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରଶାନ୍ତ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିବାରୁ ଶ୍ରୀ ପାଇକ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ଜଣାପଡ଼ିଛି। ଅପର ପକ୍ଷରେ ଆସନ୍ତା ସୋମବାର ଦିନ ସମସ୍ତ ପ୍ରମୁଖ ଦଳର ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe