ଟିଟିଲାଗଡ଼ ପୁଣି ତତଲାଗଡ଼: ୯ ସହର ତାପମାତ୍ରା ୪୪ ଡିଗ୍ରି ଉପରେ

୫ ରାଜ୍ୟରେ ଗ୍ରୀଷ୍ମଲହରି ସତର୍କତା, ଗୁରୁଗ୍ରାମରେ ୪୫ ଡିଗ୍ରି ଟପିଲା

Hindustan Times

ଭୁବନେଶ୍ବର: ରାଜ୍ୟରେ ଆଜି ବି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିଲା। ଗତ ୨ ଦିନର ବୌଦ୍ଧର ରେକର୍ଡ ଭାଙ୍ଗି ଆଜି ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଆଜି ଟିଟିଲାଗଡ଼ର ସର୍ବୋଚ୍ଚ ଦିନ ତାପମାତ୍ରା ୪୫.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ବୌଦ୍ଧ ଲଗାତାର ତୃତୀୟ ଦିନ ପାଇଁ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରି ରେକର୍ଡ କରିଛି। ଆଜି ବଲାଙ୍ଗୀରେ ମଧ୍ୟ ଦିନ ତାପମାତ୍ରା ୪୫ ଡିଗ୍ରି ରହିଥିଲା। ସେହିଭଳି, ୯ ସହର ତାପମାତ୍ରା ୪୪ ଡିଗ୍ରି ଓ ୨୧ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ଆସନ୍ତାକାଲିଠାରୁ ରାଜ୍ୟରେ କାଳବୈଶାଖୀଜନିତ ବର୍ଷା ଯୋଗୁଁ ତାତିରୁ ସାମନ୍ୟ ଆଶ୍ବସ୍ତି ମିଳିବ। ୬ ତାରିଖ ଆଡ଼କୁ ସମ୍ଭାବ୍ୟ ଲଘୁଚାପ ଯୋଗୁଁ ତାତିରୁ ମୁକ୍ତି ମିଳିବ।

ଅନ୍ୟପକ୍ଷରେ, ବଙ୍ଗୋପସାଗରର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରୁ ରାଜ୍ୟ ମଧ୍ୟକୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଏହି କାଳବୈଶାଖୀ ପ୍ରଭାବରେ ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ୨ ଡିଗ୍ରି ଯାଏ ଖସିବ ବୋଲି ଆଇଏମ୍‌ଡି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe