ଜଳୁଛି ପଶ୍ଚିମ ଓଡ଼ିଶା: ୪୫ ଡିଗ୍ରି ଉପରେ ୩ ସହରର ତାପମାତ୍ରା, ଟିଟିଲାଗଡ଼ରେ ସର୍ବାଧିକ ୪୫.୫ ଡିଗ୍ରି ରେକର୍ଡ

Advertisment
ଜଳୁଛି ପଶ୍ଚିମ ଓଡ଼ିଶା: ୪୫ ଡିଗ୍ରି ଉପରେ ୩ ସହରର ତାପମାତ୍ରା, ଟିଟିଲାଗଡ଼ରେ ସର୍ବାଧିକ ୪୫.୫ ଡିଗ୍ରି ରେକର୍ଡ

ଭୁବନେଶ୍ବର: ପ୍ରବଳ ଖରାରେ ପଶ୍ଚିମ ଓଡ଼ିଶା ଜଳୁଛି। ସକାଳ ୮ଟାରୁ ଅପରାହ୍‌ଣ ୪ଟା ଯାଏଁ ଘର ଭିତରକୁ ବାହାର ଯାଇ ହେଉନାହିଁ। ଜରୁରୀ କାମ ନଥିଲେ ଲୋକେ ବାହାରକୁ ଯାଉନାହାନ୍ତି। ମଧ୍ୟାହ୍ନ ସମୟରେ ରାସ୍ତାଘାଟ ଶୂନଶାନ ରହୁଛି। ଉପକୂଳ ଓଡ଼ିଶାର ଲୋକେ ମଧ୍ୟ ଖରାରେ ତ୍ରାହି ଡାକଛନ୍ତି। ଆଜି ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ ହୋଇଛି। ୪୫.୫ ଡ଼ିଗ୍ରି ସହ ଟିଟଲାଗଡ଼ ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି। ବୌଦ୍ଧ ଓ ବଲାଙ୍ଗୀରରେ ୪୫ ଡିଗ୍ରି ରେକର୍ଡ ହୋଇଛି। ବୌଦ୍ଧରେ ଲଗାତାର ୩ୟ ଦିନରେ ୪୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟର ୯ଟି ସହରରେ ଦିନ ତାପମାତ୍ରା ୪୪ ଡିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଛି। ସେହିଭଳି ୨୧ ସହରରେ ଦିନ ତାତି ୪୦ ଡ଼ିଗ୍ରି କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। 

ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଆଜି ଅନୁଗୁଳରେ ୪୪.୫, ଝାରସୁଗୁଡ଼ାରେ ୪୪.୯, କେନ୍ଦୁଝରରେ ୪୨.୦, ସମ୍ବଲପୁରରେ ୪୪.୩, ସୁନ୍ଦରଗଡ଼ରେ ୪୪.୦, ହୀରାକୁଦରେ ୪୩.୬, ଭବାନୀପାଟଣାରେ ୪୨.୬, ବଲାଙ୍ଗୀର ୪୫.୦, ଫୁଲବାଣୀ ୪୧.୯, ତାଳ‌ଚେର ୪୨.୭, ଭଦ୍ରକ ୪୧.୫, ଯାଜପୁର ୪୧.୦, ଦେବଗଡ଼ ୪୧.୫, ବରଗଡ଼ରେ ୪୪.୪, ନୂଆପଡ଼ାରେ ୪୨.୫, ସୋନପୁରରେ ୪୪.୭, ନୟାଗଡ଼ରେ ୪୨.୦, ପାରଳାଖେମୁଣ୍ଡିରେ ୪୨.୫ ଓ ମାଲକାନଗିରିରେ ୪୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।

publive-image

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୬ ତାରିଖ ବେଳକୁ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ| ଏହା ପରବର୍ତ୍ତୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe