image source--East ldho news
ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଚୋରମରା ଗାଁ ନିକଟରେ ଥିବା ଏକ କାଗଜ କଳ ନିକଟରୁ ଜଣେ ୫୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଲେ ଚୋରମରା ଗାଁର ବଜୁ ରଣା। ସେ ଚଣା ବ୍ୟବସାୟ କରି ଚଳୁଥିଲେ।
ମିଳିଥିବା ସୂଚନା ଅନୁସାରେ,ସବୁ ଦିନ ଭଳି ଗତକାଲି ସକାଳେ ବଜୁ ଚଣା ବିକ୍ରି କରିବାକୁ ଟିଟଲାଗଡ଼ ଯାଇଥିଲେ। ସବୁ ଦିନ ସେ ହେଲେ ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ଆସନ୍ତି। ହେଲେ ଗତକାଲି ଫେରି ନ ଥିଲେ। ଏହାକୁ ନେଇ ତାଙ୍କ ପରିବାର ଲୋକେ ଚିନ୍ତାରେ ପଡ଼ିଥିଲେ। ସେମାନେ ତାଙ୍କୁ ଖୋଜାଖୋଜି କରୁଥିବା ବେଳେ ରାତି ପ୍ରାୟ ୮ଟା ବେଳେ କିଛି ଗ୍ରାମବାସୀ ବଜୁ ରଣାଙ୍କ ମୃତଦେହ କାଗଜ କଳ ନିକଟରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଟିଟିଲାଗଡ଼ ଥାନା ପୁଲିସକୁ ଖବର ଦେଇଥିଲେ।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ଆଜି ସକାଳେ ବଲାଙ୍ଗୀରରୁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରିବା ପରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାଯାଇଛି। ତେବେ ବଜୁ ଜଣେ ସରଳ ଓ ଗରିବ ଲୋକ ହୋଇଥିବା ହେତୁ ତାଙ୍କୁ କିଏ କାହିଁକି ହତ୍ୟା କରିଛି, ତାହା ଏ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବଜୁ ରଣାଙ୍କର ସ୍ତ୍ରୀ ଏବଂ ତିନି ଝିଅ ଅଛନ୍ତି। ସେମାନଙ୍କ ଭିତରୁ ଦୁଇ ଝିଅ ବିବାହିତା ବୋଲି ଜଣାଯାଇଛି।
Follow Us