ଭୁବନେଶ୍ୱର : ଚାରି ଦିନ ତଳେ ବଲାଙ୍ଗୀରର ଟିଟଲାଗଡ଼ ଷ୍ଟେସନ୍ରୁ ଜବତ ହୋଇଥିବା ଜାଲନୋଟ ୪.୬୮ ଟଙ୍କା ଘଟଣାରେ କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ତଦନ୍ତ ଆରମ୍ଭ କରିଛି। କ୍ରାଇମ୍ବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ଟିଟଲାଗଡ଼ ଯାଇ ଅନୁସନ୍ଧାନ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ଟିଟଲାଗଡ଼ ପୁଲିସ ଷ୍ଟେସନ୍ରୁ ରାମଚନ୍ଦ୍ର ଭୋଇ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ ଉପରୋକ୍ତ ଟଙ୍କା ଜବତ କରିଥିଲା। ତେବେ ସେ କେଉଁଠୁ ଟଙ୍କା ଆଣିଥିଲେ, କାହାକୁ ସେହି ଟଙ୍କା ଦେଇଥାନ୍ତେ ତାର ତଦନ୍ତ ହେବ ବୋଲି ଏସ୍ଟିଏଫ୍ ଏସ୍ପି ସତ୍ୟଜିତ ନାୟକ ସୂଚନା ଦେଇଛନ୍ତି।
ଟିଟଲାଗଡ଼ ଷ୍ଟେସନ୍ରୁ ଜାଲନୋଟ ଜବତ ଘଟଣା : କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ର ତଦନ୍ତ ଆରମ୍ଭ
Advertisment
Follow Us