ଟିଟିଲାଗଡ଼ରେ ପୋଲରୁ ୩୦ ଫୁଟ ତଳକୁ ଖସି ପଡ଼ିଲା ଜିପ୍

ଟିଟିଲାଗଡ଼ରେ ପୋଲରୁ ୩୦ ଫୁଟ ତଳକୁ ଖସି ପଡ଼ିଲା ଜିପ୍

Image Source-en.wikipedia.org

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଅଞ୍ଚଳରେ ଏକ ଜିପ୍ ପୋଲରୁ ୩୦ ଫୁଟ ତଳକୁ ଖସି ପଡ଼ିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୧୧ଟା ବେଳେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଅଞ୍ଚଳର ହାଟପଦାପଡ଼ା ନିକଟରେ ଥିବା ଚେକଡ୍ୟାମରୁ ଏକ ଜିପ୍ ପ୍ରାୟ ୩୦ ଫୁଟ ତଳକୁ ଖସି ପଡ଼ିଥିଲା। ଟିଟିଲାଗଡ଼ର ହାଟପଦାପଡ଼ା ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା କୁହାଯାଉଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାର ସୂଚନା ମିଳିଛି। ଅପରପକ୍ଷରେ ଜିପରେ କେତେ ଯାତ୍ରୀ ଥିଲେ ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe