ପାଣିପାଗ: ରାଜ୍ୟର ୮ଟି ସହରର ତାପମାତ୍ରା ୪୦ ଡିଗ୍ରି ଟପିଲା, ୪୨.୨ ସହ ଟିଟିଲାଗଡ଼ ଉତ୍ତପ୍ତ ସହର

Advertisment
ଦିନ ୨ଟା ୩୦ରେ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୨.୮ ଡିଗ୍ରି ରେକର୍ଡ, ଭୁବନେଶ୍ବରରେ ପାରା ୪୨.୬ ଡିଗ୍ରି

dailythanthi.com

ଭୁବନେଶ୍ବର: ଆଜି ରାଜ୍ୟର ଅଧିକାଂଶ ଜିଲ୍ଲା ପ୍ରଚଣ୍ଡ ଖରାରେ ସିଝିଛି। ୮ଟି ସହରର ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଟିଟିଲାଗଡ଼ରେ ସର୍ବାଧିକ ୪୨.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଝାରସୁଗୁଡ଼ା, ଭବାନୀପାଟଣା, ବଲାଙ୍ଗୀରରେ ୪୧.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବୌଦ୍ଧରେ ୪୧, ସମ୍ବଲପୁରରେ ୪-.୧, ସୁନ୍ଦରଗଡ଼ରେ ୪୦ ଓ ମାଲକାନଗିରିରେ ୪୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।

ଆଜିର ତାପମାତ୍ରା ପଶ୍ଚିମଓଡ଼ିଶାବାସୀଙ୍କୁ ଅଧିକ ଅସ୍ତବ୍ୟସ୍ତ କରିପକାଇଛି। ପଶ୍ଚିମ ଓଡ଼ିଶାରେ ସକାଳ ୯ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଇଛି। ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଘରୁ ବାହାରିବା ଅସମ୍ଭାଳ ହୋଇଯାଉଛି। ରାସ୍ତାଘାଟରେ ବହୁତ କମ ଲୋକ ଯିବାଆସିବା କରୁଛନ୍ତି। କାର୍ଯ୍ୟାଳୟ ଗୁଡ଼ିକର ନିକଟରେ ଥିବା ଗଛମୂଳରେ ଲୋକଙ୍କର ଭିଡ ଜମୁଥିବା ଦୃଷ୍ଟିଗୋଚର ହେଉଛି। ତେବେ ଆଗାମୀ ଦିନରେ ତାପମାତ୍ରା ଆହୁରି ବଢ଼ିବାର ଆଶଙ୍କା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe