PHOTO-India Rail Info
ଟିଟିଲାଗଡ଼:ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର କୁମୁଡାପାହଡ଼ ନିକଟରେ ଥିବା ଦେବନ୍ଧ ପୋଖରୀରୁ ଆଜି ସକାଳେ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣେ ପୂର୍ବତନ ରେଳ କର୍ମଚାରୀ। ସେ ପ୍ରାୟ ୮ ବର୍ଷ ହେବ ରେଳବାଇରୁ ଅବସର ଗ୍ରହଣ କରିଥିବା ଜଣାଯାଇଛି। ତାଙ୍କ ନାଁ ପି. ଚିଟି ବାବୁ। ତାଙ୍କ ଘର ଟିଟିଲାଗଡ଼ର ମାଲଗୋଦାମ ପଡ଼ାରେ।
ଉକ୍ତ ବ୍ୟକ୍ତିଜଣକ ସକାଳେ ଶୌଚ କରିବାକୁ ଆସି ପୋଖରୀ ଭିତରକୁ ଖସି ପଡ଼ିଥିବାର ସନ୍ଦେହ କରାଯାଉଛି। ତାଙ୍କର ମୃତଦେହ ସହିତ ଏକ ବ୍ୟାଗ୍ ବି ମିଳିଛି।
ଆଜି ସ୍ଥାନୀୟ ଲୋକ ସେହି ରାସ୍ତା ଦେଇ ଯାଉଥିବା ସମୟରେ ପୋଖରୀରେ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ। ଏନେଇ ସେମାନେ ପୁଲିସ୍କୁ ଖବର ଦେଇଥିଲେ। ଟିଟିଲାଗଡ଼ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପୁଲିସ ଏକ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜ୍ଜୁ କରିଛି।
Follow Us