ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ଆଧାରିତ ସିନେମା ‘ପାଟଣାଗଡ଼’ର ଶୀର୍ଷକ ବଦଳିଲା

Advertisment
ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ଆଧାରିତ ସିନେମା ‘ପାଟଣାଗଡ଼’ର ଶୀର୍ଷକ ବଦଳିଲା

ଭୁବନେଶ୍ବର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ନିର୍ମିତ ଫିଲ୍ମ ‘ପାଟଣାଗଡ଼’ର ଶୀର୍ଷକ ବଦଳିଛି। ‘ପାଟଣାଗଡ’ ନୁହଁ ଏଣିକି ‘ମାଇଣ୍ଡ ଗେମ୍’ ନାମରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର। ଚଳଚ୍ଚିତ୍ରକୁ ନେଇ ଗତ ଦୁଇ ବର୍ଷ ହେବ ବିବାଦ ଲାଗିରହିଥିଲା। ପାର୍ସଲ ବୋମା ବିସ୍ଫୋରଣର ଶିକାର ହୋଇଥିବା ପରିବାର ଚଳଚ୍ଚିତ୍ରକୁ ବିରୋଧ କରିଥିଲେ। କିନ୍ତୁ ଦୁଇ ବର୍ଷର ନ୍ୟାୟିକ ଲଢେଇ ପରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ୍’ । ପ୍ରଯୋଜନ ସଂସ୍ଥା ଏହି ଚଳଚ୍ଚିତ୍ରକୁ ଓଡ଼ିଶା ପୁଲିସକୁ ଉତ୍ସର୍ଗ କରିଛନ୍ତି। ଚଳଚ୍ଚିତ୍ରଟିରେ କୌଣସି ବ୍ୟକ୍ତିଗତ ଜୀବନକୁ ଦର୍ଶା ଯାଇନଥିବା ଅନୁଭବ କରି ସେନସର ବୋର୍ଡ ଏହି ଚଳଚ୍ଚିତ୍ରକୁ ସବୁଜ ସଂକେତ ଦେଇଛି। ଆଗାମୀ ଜାନୁଆରି ମାସରେ ଆୟୋଜିତ ହେବାକୁ ଥିବା କୋଲକାତା ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲରେ ‘ମାଇଣ୍ଡ ଗେମ’ର ପ୍ରିମିୟର ହେବ। ଏଥର ରଜ ବଜାରରେ ‘ମାଇଣ୍ଡ ଗେମ’ ଓଡ଼ିଶା ଥିଏଟରରେ ଧମାଲ କରିବ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଅଭିନେତା ମନୋଜ ମିଶ୍ର।

publive-image
ଓଡ଼ିଆ, ହିନ୍ଦୀ ଏବଂ ତେଲୁଗୁ ଭାଷାରେ ରିଲିଜ ହେବାକୁ ଥିବା ଏହି ଫିଲ୍ମରେ ବଲିଉଡ୍ ଅଭିନେତା ଅତୁଲ୍ କୁଲକର୍ଣ୍ଣୀ, ୟଶପାଲ ଶର୍ମା, ଓଡ଼ିଆ ଅଭିନେତା ମନୋଜ ମିଶ୍ର, ପୁଷ୍ପା ପଣ୍ଡା, ଅନୁ ଚୌଧୁରୀ, ତେଲୁଗୁ ଅଭିନେତା ଥନିକେଲ୍ଲା ଭାରାଣୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାର ପ୍ରଯୋଜକ ହେଲେ ଶ୍ରୀଧର ମାର୍ଥା। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜେଶ ଟଚରିଭର୍।
ସୂଚନାଯୋଗ୍ୟ,୨୦୧୮ ଫେବୃୟାରୀ ୨୩ରେ ପାଟଣାଗଡ଼ର ବହୁଚ୍ଚର୍ଚିତ ପାର୍ସଲ ବୋମା ଘଟଣା ଉପରେ ଫିଲ୍ମର କାହାଣୀ ଆଧାରିତ। ଘଟଣାର ମୁଖ୍ୟ ଅପରାଧୀ ପୁଞ୍ଜିଲାଲ ମେହେର ଭୂମିକାରେ ନଜରକୁ ଆସିବେ ଲୋକପ୍ରିୟ ଅଭିନେତା ମନୋଜ ମିଶ୍ର। ସେହିପରି ସେତେବେଳେ ମାମଲାର ତଦନ୍ତକାରୀ ଅଧିକାରୀ ଥିବା ଓଡ଼ିଶା କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ଭୂମିକାରେ ଅଭିନୟ କରିଛନ୍ତି ଲୋକପ୍ରିୟ ବଲିଉଡ୍ ଅଭିନେତା ଅତୁଲ୍ କୁଲକର୍ଣ୍ଣୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe