‘ତିତଲି’ କ୍ଷତି ୨୭୬୫ କୋଟି, ଖୁବ୍‌ ଶୀଘ୍ର କେନ୍ଦ୍ରକୁ ଦିଆଯିବ ରିପୋର୍ଟ- ଏସଆରସି

Advertisment
ଆଇଏଏସ ସ୍ତରରେ ଅଦଳବଦଳ: ବିଷ୍ଣୁପଦ ସେଠୀ ହେଲେ ବାଣିଜ୍ୟ କର ଓ ଜିଏସ୍‌ଟି କମିସନର

ଭୁବନେଶ୍ୱର: ଗତକାଲଇ ତିତଲି ପ୍ରଭାବରେ ରାଜ୍ୟର କ୍ଷତିପରିମାଣ ପ୍ରାଥମିକ ଆକଳନ ଅନୁଯାୟୀ ଥିଲା ୨୨ଶହ କୋଟି। ଆଜି ପ୍ରାଥମିକ ଆକଳନ ଠାରୁ ଯଥେଷ୍ଟ ଅଧିକ କ୍ଷୟକ୍ଷତି ହୋଇଥିବା ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ କହିବା ସହିତ ତିତିଲିରେ ମୋଟ୍‌ ୨୭୬୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବାର କହିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ । ତେଣୁ ସହାୟତା ପାଇଁ କେନ୍ଦ୍ର ସରକାରଙ୍କୁ ଆଜି ଏହି ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ଏସଆରସି ଶ୍ରୀ ସେଠୀ। ରାଜ୍ୟର ୧୭ଟି ଜିଲ୍ଲାର ୧୨୮ଟି ବ୍ଲକର ମୋଟ୍‌ ୮ ହଜାର ୧୨୫ ଗାଁ ତିତଲି ଦ୍ୱାରା ପ୍ରଭାବିତ ହୋଇଛି ।ଏଥିରେ ମୋଟ୍‌ ୬୦ ଲକ୍ଷରୁ ଉର୍ଦ୍ଧ୍ୱ‌ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ଏସଆରସି ଶ୍ରୀ ସେଠୀ କହିଛନ୍ତି।
ଏସଆରସି ଶ୍ରୀ ସେଠୀଙ୍କ ସୂଚନା ଅନୁଯାୟୀ, ସାମୁଦ୍ରକ ଝଡ଼ ତିତଲି ଓ ଏହାର ପ୍ରଭାବଜନିତ ବର୍ଷା, ବନ୍ୟାରେ ମୋଟ୍‌ ୨ଲକ୍ଷ ୬୩ ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ସେହିପରି ତିତଲିରେ ମୋଟ୍‌ ୫୬ ହଜାର ୯୩୦ ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ୨୦ ହଜାର୪୨୨ ଘର ସମ୍ପୂର୍ଣ୍ଣ ନଷ୍ଟ ଏବଂ ୩୬ ହଜାର ୫୦୮ଟି ଘର ଆଂଶିକ ଭାଙ୍ଗିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ସେହିଭଳି ୩୪ ଜହାର ୯୫୧ ଗୃହପାଳିତ ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଥିବା ଶ୍ରୀ ସେଠୀ ସୂଚନା ଦେଇଛନ୍ତି। ଏହି କ୍ଷୟକ୍ଷତି ସମ୍ପର୍କରେ ଖୁବ ଶୀଘ୍ର କେନ୍ଦ୍ର ସରକାରଙ୍କୁ ରିପୋର୍ଟ ହସ୍ତାନ୍ତର କରାଯିବ ବୋଲି ଏସଆରସି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe