ତିତିଲି ବେଶି କ୍ଷତି କରିପାରିନାହିଁ, ୨୪ ଘଣ୍ଟା ମଧ୍ୟରେ ସ୍ଥିତି ସ୍ୱାଭାବିକ ହେବ: ସ୍ୱତନ୍ତ୍ର ରିଲିଫ୍‌ କମିସନର

ତିତିଲି ବେଶି କ୍ଷତି କରିପାରିନାହିଁ, ୨୪ ଘଣ୍ଟା ମଧ୍ୟରେ ସ୍ଥିତି ସ୍ୱାଭାବିକ ହେବ: ସ୍ୱତନ୍ତ୍ର ରିଲିଫ୍‌ କମିସନର

ଭୁବନେଶ୍ୱର: ତିତିଲି ଭୟ ଟଳିଛି। ତିତିଲି ବିଶେଷ କିଛି କ୍ଷତି କରିପାରି ନାହିଁ। ବିଶେଷ କରି କୌଣସି ସ୍ଥାନରେ ଜଣେ ବି ସାମୁଦ୍ରିକ ଝଡ଼ ତିତଲି ଯୋଗୁଁ ମୃତ୍ୟୁ ବରଣ କରି ନାହାଁନ୍ତି। ଯଦିଓ ତିତଲିର ପ୍ରଭାବ ସମ୍ପୂର୍ଣ୍ଣ ରାଜ୍ୟରୁ ଟଳି ନାର୍ହିଁ, ତଥାପି କ୍ଷୟକ୍ଷତି ପରିମାଣ ଯଥେଷ୍ଟ କମିଛି । କେତେକ ସ୍ଥାନରେ ଗଛ ଉପୁଡ଼ିବା ସହିତ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଛିି। ତେବେ ସରକାର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ସେ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି । ଖୁବ ଶୀଘ୍ର ଯୋଗାଯୋଗ ଓ ବିଦ୍ୟୁତ ସଂଯୋଗକୁ ସ୍ୱାଭାବିକ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀ କହିଛନ୍ତି।

publive-image

ଶ୍ରୀ ସେଠୀ କହିଛନ୍ତି ଯେ ଯଦିଓ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଓ ପଲାସା ମଧ୍ୟରେ ସାମୁଦ୍ରିକ ଝଡ଼ ତିତଲି ସ୍ଥଳଭାଗ ଛୁଇଁଛି। ଛୁଇଁବା ସମୟରେ ଗୋପାଳପୁରରେ ପବନର ବେଗ ୧୨୬ କିମି ଥିଲା।  ବାତ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗଜପତି ଜିଲ୍ଲା। ଗଞ୍ଜାମ ଜିଲ୍ଲା ଅଳ୍ପ ପ୍ରଭାବିତ ହୋଇଥିବା ଶ୍ରୀ ସେଠୀ କହିଛନ୍ତି। ସେହିପରି କେତେକ ସ୍ଥାନରେ ରାସ୍ତା କ୍ଷତଗ୍ରସ୍ତ ହୋଇଥିିବା ସୂଚନା ମିଳିଛି। ଗଜପତିରୁ ପାରଳାଖେମୁଣ୍ଡି ଓ ମୋହନା ଯୋଗାଯୋଗ ବିଛିନ୍ନ ହୋଇଛି। ତେବେ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଏସଆରସି ଶ୍ରୀ ସେଠୀ ସୂଚନା ଦେଇଛନ୍ତି।

ତେବେ ଏହି ସାମୁଦ୍ରକ ଝଡ଼ ତିତିଲିର କ୍ଷୟକ୍ଷତି ଆକଳନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱତନ୍ତ୍ର ରିଲିଫ୍‌ କମିସନର ଶ୍ରୀ ସେଠୀ କହିଛନ୍ତି। ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ ଅଫିସ କ୍ଷତିଗ୍ରସ୍ତଙ୍କ ଲାଗି ଦୁଇଟି ହେଲ୍ପଲାଇନ୍ ଜାରି କରିଛି। ଜିଲ୍ଲା ଲାଗି ହେଲ୍ପଲାଇନ୍ ନମ୍ବର ୧୦୭୭ ଥିବା ବେଳେ ଏଅାରସିଙ୍କ ହେଲ୍ପଲାଇନ୍ ନମ୍ବର ୧୦୭୦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe