ତିତ୍‌ଲି ଅନୁଭୂତି ଜନଜୀବନ ରକ୍ଷାରେ ସହାୟକ ହେବ : ଜିଲ୍ଲାପାଳ

ତିତ୍‌ଲି ଅନୁଭୂତି ଜନଜୀବନ ରକ୍ଷାରେ ସହାୟକ ହେବ : ଜିଲ୍ଲାପାଳ

The News Room

ବ୍ରହ୍ମପୁର : ଆସନ୍ତାକାଲି ଠାରୁ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଯୋଗୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି। ଏହାର ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ରାତ୍ର ୯ଟା ବେଳେ ଜୁମ୍‌ ଭିସି ଜରିିଆରେ ବିଭାଗୀୟ ଅଧିକାରୀମାନଙ୍କ ବିଭିନ୍ନ ଅଞ୍ଚଳର ସ୍ଥିତି ନେଇ ଆଲୋଚନା କରିଛନ୍ତି। ତିତିଲି ସମୟର ଅନୁଭୂତି ବର୍ତ୍ତମାନ ମୁକାବିଲାରେ ସାହାର୍ଯ୍ୟ କରିବ ବୋଲି ଜିଲ୍ଲାପାଳ ଅଧିକାରୀମାନଙ୍କୁ କହିଛନ୍ତି। ଏହି ୩ ଦିନ ବାହାରକୁ ନ ବାହାରିବା ଲାଗି ଜନସାଧାରଣଙ୍କୁ ଜିଲ୍ଲାପାଳ ନିବେଦନ କରିଛନ୍ତି।

ରାସ୍ତାରେ ଗୋଟିଏ ଫୁଟ ପାଣି ବି ଯାନବାହାନ ଭାସଇ ନେଇପାରିବ। ତେଣୁ ଯାନବାହନ ଚଳାଚଳ ବେଳେ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି। ଲୋକଙ୍କ ସ୍ଥାନାନ୍ତରଣ ବେଳେ କୋଭିଡ଼୍ ନିୟମାବଳୀ ପାଳନ କରିବାକୁ ବିଡ଼ିଓ ମାନଙ୍କୁ କୁହାଯାଉଛି। ଗୋଟିଏ ଆଶ୍ରୟ ସ୍ଥଳରେ ଅଧିକ ଲୋକଙ୍କୁ ନ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଆଶ୍ରୟ ସ୍ଥଳରେ ରନ୍ଧାଖାଦ୍ୟ, ପାନୀୟ ଜଳ ଓ ଔଷଧ ବ୍ୟବସ୍ଥା କରିବା ଲାଗି କୁହାଯାଇଛି। ସରକାରୀ ଅଫିସ ଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ନଥିପତ୍ର ଜରିରେ ବାନ୍ଧି ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି। ଚାଉଳ, ଡାଲି, ଓଆରଏସ୍‌, ଦିଆସିଲି, ଟ୍ୟୁବ ଓ ଦଉଡ଼ି ପର୍ଯ୍ୟାପ୍ତ ପରିମାଣର ରଖିବାକୁ ବଡ଼ିଓମାନଙ୍କୁ କୁହାଯାଇଛି। ଏଥିସହ ଆସ୍କା ଲାଇଟକୁ ପ୍ରସ୍ତୁତ କରି ରଖିବା ଲାଗି କୁହାଯାଇଛି। ଜଳଭଣ୍ତାର ଗୁଡ଼ିକର ପ୍ରତି ଘଣ୍ଟାକୁ ଘଣ୍ଟା ଜଳସ୍ତର ସ୍ଥିତି ଅନୁଧ୍ୟାନ କରିବାକୁ ଜଳସେଚନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଜୁମ୍‌ ଭିସିରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe