ଟିଟୋ ଲିଙ୍କ୍‌ରେ ସମ୍ପୃକ୍ତ ଥିବା ଆଉ ଦୁଇ ଅପରାଧୀଙ୍କୁ ଆଜି କୋର୍ଟ ଚାଲାଣ

ଟିଟୋ ଲିଙ୍କ୍‌ରେ ସମ୍ପୃକ୍ତ ଥିବା ଆଉ ଦୁଇ ଅପରାଧୀଙ୍କୁ ଆଜି କୋର୍ଟ ଚାଲାଣ

ଭୁବନେଶ୍ୱର: ପାରାଦୀପରେ ଟିଟୋ ଲିଙ୍କ୍‌କୁ ନେଇ ଏସ୍‌ଟିଏଫ୍‌ ଯୁବ ବ୍ୟବସାୟୀ ବାପୁ ପରିଡାକୁ ଗିରଫ କରିବା ସହିତ ଦୀପକ ସ୍ୱାଇଁ ଓରଫ ଚଗଲା ଓ ଆଲୋକ ମଲ୍ଲିକଙ୍କୁ ଗିରଫ କରିଥିଲା। ସୋମବାର ଦୀପକ ସ୍ୱାଇଁ ଓରଫ ଚଗଲା ଓ ଆଲୋକ ମଲ୍ଲିକଙ୍କୁ ଏସ୍‌ଟିଏଫ୍‌ କୋର୍ଟଚାଲାଣ କରିଛି। ଏହି ଦୁହିଁଙ୍କ ନାମରେ ୩୮୭/୫୦୬/୩୪/୧୨୦ବିରେ ମାମଲା ରୁଜୁ କରାଯାଇଛି। ଜିତେନ୍ଦ୍ର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଏସ୍‌ଟିଏଫ୍‌ ନିକଟରେ ବାପୁ ପରିଡା ଓ ତାର ଅନ୍ୟ ଅସାମାଜିକ ସାଙ୍ଗ ବିରୋଧରେ ଅଭିଯୋଗ ଆଣି କହିଥିଲେ,ଏମାନେ ବନ୍ଧୁକ ମୁନରେ ହତ୍ୟା କରିବେ ବୋଲି ଧମକ ଦେଇଥିଲେ।

ଏସ୍‌ଟିଏଫ୍‌ ସୂଚନା ଅନୁଯାୟୀ, ପାରାଦୀପ ଅଞ୍ଚଳରେ ଦୀପକ ସ୍ୱାଇଁ ଚଗଲା ନାମରେ ୩ଟି ଓ ଆଲୋକ ମଲ୍ଲିକ ନାମରେ ୯ଟି ସଙ୍ଗୀନ ମାମଲା ରହିଛି। ଏମାନଙ୍କ ବିରୋଧରେ ହତ୍ୟା, ହତ୍ୟା ଧମକ, ଦାଦାବଟି ଓ ଅପହରଣ ଆଦି ସଙ୍ଗୀନ ଅପରାଧରେ ସମ୍ପୃକ୍ତ ଥିବା ନେଇ ମାମଲା ରୁଜୁ ହୋଇଛି।

ସେହିପରି ଗତକାଲି ଏସ୍‌ଟିଏଫ ଦ୍ୱାରା ଗିରଫ ବାପୁଙ୍କ ନାମରେ ୨୮ରୁ ଅଧିକ ସଙ୍ଗୀନ ମାମଲା ରହିଛି। କୁଜଙ୍ଗ ଥାନାରେ ବାପୁ ବିରୋଧରେ ଦୁଇଟି ମାମଲା ରହିଥିବା ବେଳେ କଟକ ଚାଉଳିଆଗଞ୍ଜ ଥାନାରେ ଗୋଟିଏ ମାମଲା ରହିଛିଯ ଅନ୍ୟ ୨୫ଟି ମାମଲା ପାରାଦୀପ ଥାନାରେ ରହିଛି। ପୂର୍ବରୁ ବହୁ ଚର୍ଚ୍ଚିତ ମୁନା ପତି ହତ୍ୟାକାଣ୍ଡ ମାମଲାରେ ବାପୁ ପାଖାପାଖି ଚାରି ବର୍ଷ ଜେଲ୍‌ ଦଣ୍ଡ ଭୋଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe