ବନ୍ଦ ହେବ ଟିଏମ୍‌ସି, କୋଭିଡ୍‌ କେୟାର ହୋମ୍

Advertisment
ବନ୍ଦ ହେବ ଟିଏମ୍‌ସି, କୋଭିଡ୍‌ କେୟାର ହୋମ୍

Odisha Bytes

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣକୁ ନଜରରେ ରଖି ପ୍ରତିଷ୍ଠା ହୋଇଥିବା ଅସ୍ଥାୟୀ ମେଡିକାଲ କ୍ୟାମ୍ପ୍ (ଟିଏମ୍‌ସି), କୋଭିଡ୍‌ କେୟାର ହୋମ୍‌ (ସିସିଏଚ୍‌)କୁ ବନ୍ଦ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏପରିକି ‌ଯେଉଁ କୋଭିଡ୍‌ କେୟାର ସେଣ୍ଟର (ସିସିସି)ରେ କୌଣସି ରୋଗୀ ନାହାନ୍ତି ସେସବୁକୁ ମଧ୍ୟ ବନ୍ଦ କରିବା ଲାଗି ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିସନରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ଚିଠିରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟରେ ଥିବା ଟିଏମ୍‌ସି ଓ ସିସିଏଚ୍‌ ସଂପୂର୍ଣ୍ଣଭାବେ ଖାଲି ପଡ଼ିଛି, ଏପରିକି ଅଧିକାଂଶ ସିସିସିରେ ମଧ୍ୟ କେହି ନାହାନ୍ତି। ମାତ୍ର ଯେଉଁ ସିସିସି ଗୁଡ଼ିକରେ କମ୍ ରୋଗୀ ରହୁଛନ୍ତି ସେସବୁକୁ କମାଇ ଦିଆଯିବା ସହିତ ଏଥିରେ ନିୟୋଜିତ ହୋଇଥିବା ମାନବ ସମ୍ବଳକୁ ନିଜର ପୂର୍ବ ସ୍ଥାନକୁ ଫେରାଇ ନିଆଯାଉ। ଆଗକୁ ଯଦି ଜରୁରୀ ପରିସ୍ଥିତିରେ ଏଭଳି ସୁବିଧାର ଆବଶ୍ୟକତା ପଡ଼େ ତାହାଲେ କମ୍ ସମୟ ଭିତରେ ମଧ୍ୟ ଏହାକୁ ପ୍ରତିଷ୍ଠା କରାଯାଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ୧୭,୬୪୭ ଟିଏମ୍‌ସି ପ୍ରତିଷ୍ଠା ହୋଇଥିବା ବେଳେ ଏଥିରେ ୮ଲକ୍ଷ ୨୬ହଜାର ୭୯ ଶଯ୍ୟା ରହିଥିଲା। ସେହିପରି ୧୭୮ ସିସିସିରେ ୨୧,୦୫୯ ଶଯ୍ୟା ବ୍ୟବସ୍ଥା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe