ସମ୍ବଲପୁର: ଜ୍ବାଇଁ ଘର ଖାଦ୍ୟଖାଇ କନ୍ୟାପକ୍ଷର ୧୬ ଜଣ ଅସୁସ୍ଥ ହୋଇଛନ୍ତି। ସବୁଠାରୁ ଅଧିକ ଶିଶୁମାନେ ଆକ୍ରାନ୍ତ ହୋଇଛନ୍ତି। ୧୦ରୁ ଅଧିକ ଶିଶୁ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ୯ ଜଣ ଶିଶୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍ଏଚ୍)ରେ ଆଡ୍ମିଟ୍ ହୋଇଛନ୍ତି। ସେଭଳି ୨ ଜଣ ମହିଳା ଓ ଜଣେ ପୁରୁଷଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ଖାଦ୍ୟରେ ବିଷକ୍ରିୟା ପାଇଁ ଏଭଳି ହୋଇଥିବା କହାଯାଉଛି। ମିଲିଥିବା ସୂଚନା ଅନୁଯାୟୀ, ଗତ କାଲି ବିବାହ ଥିଲା। ବୌଦ୍ଧ ବଗିଆପଡ଼ାରୁ କନ୍ୟାପକ୍ଷ ଶୁକ୍ରବାର ଗୋଶାଳା ବଉଦିଆପଡ଼ାକୁ ଝିଅ ଛାଡ଼ି ଆସିଥିଲେ।
ଗୋଟିଏ ବସ୍ରେ ପାଖାପାଖି ୫୦ ଜଣ ଆସିଥିବା ବେଳେ ଜ୍ବାଇଁ ଘରେ ଖାଦ୍ୟ ଖାଇଥିଲେ। ମିଠା, ଗୁପଚୁପ, ଭାତ, ଡାଲି, ଖଟା, ମଟନ୍ ଖାଇଥିଲେ। ଖାଦ୍ୟ ଖାଇ ଫେରିବା ବେଳକୁ ଜଣଙ୍କ ପରେ ଜଣେ ବାନ୍ତି କରିବା ଆରମ୍ଭ କରିଥିଲେ। ଅବସ୍ଥା ଅନେକଙ୍କର ଗୁରୁତର ହେବାରୁ ବସ୍ଟି ସମସ୍ତଙ୍କୁ ଧରି ସିଧା ସମ୍ବଲପୁର ଡିଏଚ୍ଏଚ୍କୁ ପହଞ୍ଚିଥିଲା। ଓପିଡିରେ ୧୬ ଜଣଙ୍କୁ ଦେଖାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୦ରୁ ଅଧିକ ଆଡ୍ମିଟ୍ ହୋଇଥିଲେ। ତେବେ ୮ ଜଣ ଶିଶୁ ଓ ୨ ଜଣ ମହିଳା ଗୁରୁତର ଥିବା ଜଣାପଡ଼ିଛି। ତେବେ କେଉଁ ଖାଦ୍ୟରେ ବିଷକ୍ରିୟା ହେଲା ତାହା ଜଣାପଡ଼ିନାହିଁ।
Follow Us