ଭୁବନେଶ୍ୱର : ବିସ୍ଥାପିତଙ୍କ ସମସ୍ୟା ଉତ୍କଟ ହେଉଥିବାରୁ ସ୍ଥାୟୀ ବିସ୍ଥାପିତ ସମସ୍ୟା ସମାଧାନ କମିସନ୍ ଗଠନ ଆବଶ୍ୟକ ବୋଲି କହିଛନ୍ତି ଲୋକଶକ୍ତି ଅଭିଯାନର ମୁଖ୍ୟ ପ୍ରଫୁଲ୍ଲ ସାମନ୍ତରା। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ବିସ୍ଥାପିତଙ୍କ ପାଇଁ ଲେଢ଼େଇ କରୁଥିବା ପ୍ରତିନିଧିଙ୍କୁ ନେଇ ଲୋହିଆ ଏକାଦେମିରେ ଆୟୋଜିତ ଏକ ଜନଶୁଣାଣିରେ ଆଜି ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କାରଖାନା ଆଳରେ ଲୋକଙ୍କଠୁ ଭିଟାମାଟି ଛଡ଼ାଇ ନିଆଯାଉଥିଲେ ମଧ୍ୟ ବିସ୍ଥାପନ ନୀତି ଅନୁଯାୟୀ ଥଇଥାନ କରାଯାଉ ନାହିଁ। ଆଇନ ଅନୁଯାୟୀ ସେମାନେ ସହାୟତା ପାଉନାହାନ୍ତି। ବିସ୍ଥାପିତମାନେ ସେମାନଙ୍କ ଦାବି ହାସଲ ପାଇଁ ସରକାରୀ କାର୍ଯ୍ୟାଳୟ ସହ ବିକ୍ଷୋଭ ଧାରଣା ପାଇଁ ରାଜଧାନୀ ଦଉଡ଼ୁଥିଲେ ମଧ୍ୟ କୌଣସି ଫଳ ମିଳୁନି। ସଂସ୍ଥା ଓ ସରକାର ମିଶି ଲାଭ ନେଉଥିବା ବେଳେ ବିସ୍ଥାପିତ ସର୍ବଦା ଶୋଷିତ ହେଉଛି। ନିଜ ଅଧିକାର ସାବ୍ୟସ୍ତ କରିପାରୁନି। ଏଣୁ ଏଭଳି ଏକ କମିସନର ଆବଶ୍ୟକତା ରହିଛି ବୋଲି ଶ୍ରୀ ସାମନ୍ତରା କହିଛନ୍ତି।
ଗଠନ ହେଉ ବିସ୍ଥାପିତ ସମସ୍ୟା ସମାଧାନ କମିସନ
Advertisment
Follow Us