Times of India
ସମ୍ବଲପୁର: ଝିଅ ଜନ୍ମ ହେବାରୁ ଜଣେ ଯୁବତୀଙ୍କୁ ତାଙ୍କ ସ୍ବାମୀ ଓ ଶାଶୂଘର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଅଞ୍ଚଳର ଯୁବତୀ ଜଣକ ଏ ନେଇ ମଙ୍ଗଳବାର ସମ୍ବଲପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଯୁବତୀ ଜଣକ ବରଗଡ଼ ଭେଡେନ ଥାନା ଅଞ୍ଚଳରେ ବିବାହ କରିଥିଲେ। ତାଙ୍କର ଦେଢ଼ ବର୍ଷର ଏକ ଝିଅ ଅଛି। ଝିଅ ଜନ୍ମ ହେବା ପରେ ଯୁବତୀଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଯୁବତୀଙ୍କ ସ୍ବାମୀ, ଶାଶୂ, ବଡ଼ ଯା ଓ ଦେଢ଼ଶୂର ତାଙ୍କୁ ଝିଅ ଜନ୍ମ କରିଲୁ ବୋଲି କହି ଗାଳିଗୁଲଜ ଓ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ନିର୍ଯାତନା ସହ୍ୟ କରି ନ ହେବାରୁ ଯୁବତୀ ଜଣକ ବାଧ୍ୟ ହୋଇ ଗତ ୧୩ ତାରିଖ ସମ୍ବଲପୁର ସ୍ଥିତ ତାଙ୍କ ବାପ ଘରକୁ ପେରି ଆସିଥିଲେ। ତାପରେ ଏ ନେଇ ମଙ୍ଗଳବାର ସେ ମହିଳା ଥାନାରେ ଅଭିଯୋଗ କରିଥିଲେ।
Follow Us