ଅମାନିଆଙ୍କୁ ସାବାଡ କଲା ଲକ୍‌ଡାଉନ୍‌ ଏନ୍‌ଫୋର୍ସମେଣ୍ଟ ଟିମ୍‌: ଆଜିଠୁ ଜବତ ହେବ କାର୍‌, ବାଇକ୍‌

Advertisment
ଅମାନିଆଙ୍କୁ ସାବାଡ କଲା ଲକ୍‌ଡାଉନ୍‌  ଏନ୍‌ଫୋର୍ସମେଣ୍ଟ ଟିମ୍‌: ଆଜିଠୁ ଜବତ ହେବ କାର୍‌, ବାଇକ୍‌

ରାଉରକେଲା: ଲକ୍‌ଡାଉନ୍‌ କଟକଣାକୁ ମାନୁ ନଥିବା ଅମାନିଆଙ୍କ ବିରୋଧରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ଜିଲ୍ଲା ଗ୍ରାମୀଣ ବିକାଶ ସଂସ୍ଥା (ଡିଏଆର୍‌ଡିଏ) ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ବ ରଞ୍ଜନ ରଥଙ୍କ ନେତୃତ୍ବରେ ଗଠିତ ଲକ୍‌ଡାଉନ୍‌  ଏନ୍‌ଫୋର୍ସମେଣ୍ଟ ଟିମ୍‌ ଆଜି ସହରର ପ୍ରମୁଖ ବଜାରରେ ଚଢ଼ଉ କରିଥିଲେ। କୌଣସି କାମ ନଥାଇ ମାର୍କେଟରେ ବାଇକ୍‌ରେ ବୁଲୁଥିବା ଲୋକଙ୍କୁ ସଚେତନ କରିବା ସହ ଲକ୍‌ଡାଉନ୍‌ କଟକଣାକୁ ମାନିବାକୁ ବୁଝାଇଥିଲେ। କିଛି ଅମାନିଆଙ୍କୁ ସାବାଡ୍‌ ମଧ୍ୟ କରିଥିଲେ। ଟିମ୍‌ରେ ସାମିଲ ଥିଲେ ରାଉରକେଲା ତହସିଲଦାର ଅଭିଜିତ୍‌ ମହାନ୍ତଙ୍କ ସମେତ ୧୦ରୁ ଅଧିକ ପୁଲିସ। ସକାଳ ପ୍ରାୟ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚଢ଼ଉ ଚାଲିଥିଲା। ସହରର ବାସନ୍ତୀ କଲୋନି, ସେକ୍ଟର-୬ ଟେଲିଫୋନ ଭବନ୍‌, ଇସ୍ପାତ ହାଟ (ମୁଣ୍ଡା ମାର୍କେଟ), ସେକ୍ଟର-୧୮ ଡେଲିମାର୍କେଟ, କୋଏଲନଗର, ଶକ୍ତିନଗର, ଟ୍ରାଫିକ୍‌ ମାର୍କେଟ, ଡେଲି ମାର୍କେଟ ଆଦି ଅଞ୍ଚଳରେ ଚଢ଼ଉ କରିଥିଲେ। ବାଇକ୍‌ ଧରି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଆସିଥିବା ଲୋକଙ୍କୁ ଆସନ୍ତାକାଲି (ବୁଧବାର) ଠାରୁ ନ ଆସିବାକୁ ଦାଗିଦ୍‌ କରିଥିଲେ। ପ୍ରଶାସନର ବାରଣସତ୍ବେ କିଛି ମାର୍କେଟରେ ପାର୍କିଂ କରିଥିବା ବାଇକ୍, ସ୍କୁଟିଗୁଡ଼ିକୁ ଗଡାଇ ଦେଇଥିଲେ। ସେହିପରି ସାମାଜିକ ଦୂରତା ପାଳନ କରୁନଥିବା କେତେକ ଦୋକାନକୁ ବନ୍ଦ କରିବା ସହ ସମ୍ପୃକ୍ତ ଦୋକାନୀଙ୍କୁ ଏଭଳି ଘଟଣାର ପୁନରାବୃତ୍ତି ନ ହେବାକୁ ‌ଚେତାବନୀ ଦେଇଥିଲେ। ଶ୍ରୀ ରଥ କହିଛନ୍ତି ଆସନ୍ତାକାଲିଠୁ ବାଇକ୍‌ ଓ କାର୍‌ରେ ବଜାରକୁ ଆସିଥିବା କୌଣସି ଲୋକଙ୍କ କଥା ଶୁଣାଯିବ ନାହିଁ। କାର୍‌, ବାଇକ୍‌ ଗୁଡ଼ିକ ଜବତ କରାଯିବା ସହ ସମ୍ପୃକ୍ତ ଲୋକଙ୍କ ବି‌ରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe