ଆଜିଠାରୁ ଆରମ୍ଭ ହେବ ‘ଆହାର’ ସହରାଞ୍ଚଳର କ୍ଷୟକ୍ଷତି ୫୨୪.୩୫ କୋଟି

Advertisment

ସହରାଞ୍ଚଳରେ ଶତ ପ୍ରତିଶତ ପାନୀୟଜଳ ଭୁବନେଶ୍ବରରେ ୪୯୦୦, କଟକରେ ୧୩ ହଜାର ଟ୍ରିପ୍‌ ଅଳିଆ ଉଠା

ସହରାଞ୍ଚଳରେ ଶତ ପ୍ରତିଶତ ପାନୀୟଜଳ ଭୁବନେଶ୍ବରରେ ୪୯୦୦, କଟକରେ ୧୩ ହଜାର ଟ୍ରିପ୍‌ ଅଳିଆ ଉଠା

ଆଜିଠାରୁ ଆରମ୍ଭ ହେବ ‘ଆହାର’ ସହରାଞ୍ଚଳର କ୍ଷୟକ୍ଷତି ୫୨୪.୩୫ କୋଟି

Wikipedia

ଭୁବନେଶ୍ବର: ପ୍ରଳୟଙ୍କର ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ ୧୩ଟି ଜିଲ୍ଲାର ୫୩ଟି ସହରାଞ୍ଚଳ‌େର ବ୍ୟାପକ କ୍ଷୟକ୍ଷତି ହୋଇଛି। କ୍ଷୟକ୍ଷତି ପରିମାଣ ପ୍ରାୟ ୫୨୪ କୋଟି ୩୫ ଲକ୍ଷ ଟଙ୍କା ବୋଲି ପ୍ରାଥମିକ ଆକଳନ କରିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ। ୨୨ଟି ସହରାଞ୍ଚଳରେ ଥିବା ୨୭ଟି ଆହାର କେନ୍ଦ୍ର ସହିତ କେନ୍ଦ୍ରୀୟ ପାକ୍‌ଶାଳା କ୍ଷତିଗ୍ରସ୍ତ ହୋଇଛି। ତେବେ ବିକଳ୍ପ ବ୍ୟବସ୍ଥା ଜରିଆରେ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରୁ ଏ ସମସ୍ତ ଆହାର କେନ୍ଦ୍ର ଖୋଲିବ।

ଆଜି ଏ ସମସ୍ତ ସୂଚନା ଦେଇ ବିଭାଗୀୟ ପ୍ରମୁଖ ସଚିବ ଜି. ମାଥିଭାଥନନ୍‌ କହିଲେ ଯେ ଫନି ଯୋଗୁଁ ପୁରୀ, ଭୁବନେଶ୍ବର ସମେତ ବିଭିନ୍ନ ସହରାଞ୍ଚଳର ୨୯୧.୧୨୪ କି.ମି. ଡ୍ରେନ୍‌, ୭୫୦.୪୪୦ କି.ମି. ରାସ୍ତା, ୨୬୭ଟି କଲ୍‌ଭର୍ଟ, ସ୍ବିରେଜ୍‌, ଏସ୍‌ଟିପି, ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌, ମାର୍କେଟ୍‌ କମ୍ପ୍ଲେକ୍ସ, ସ୍ବାସ୍ଥ୍ୟକେନ୍ଦ୍ର, ପାଠାଗାର ଆଦି ପୌରାଞ୍ଚଳ ଭିତ୍ତିଭୂମି କ୍ଷତିଗ୍ରସ୍ତ ‌େହାଇଛି। ସେ କହିଲେ ବାତ୍ୟା ଯୋଗୁଁ ସହରାଞ୍ଚଳରେ ପାନୀୟଜଳ ଭୀଷଣ ଭାବେ ପ୍ରଭାବିତ ହୋଇଥିଲା। କିନ୍ତୁ ବିଭାଗ ତରଫରୁ ପ୍ରାକ୍‌ ପ୍ରସ୍ତୁତି କରାଯାଇଥିବାରୁ ଅନେକାଂଶରେ ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା ସମ୍ଭବ ହୋଇଛି। ଭୁବନେଶ୍ବରର ଉଦାହରଣ ଦେଇ ସେ କହିଲେ ସହରର ମୋଟ ଜନସଂଖ୍ୟାର ୪୦ ପ୍ରତିଶତ ଭୂଆସୁଣୀ ଓ ପଳାଶୁଣୀରୁ ଏବଂ ମୁଣ୍ଡଳୀ ଜଳଉତ୍ସରୁ ୬୦ ପ୍ରତିଶତ ଜଳ ଆସିଥାଏ। କିନ୍ତୁ ଭୂଆସୁଣୀ ଓ ପଳାଶୁଣୀ ବାତ୍ୟା ସମୟରେ କ୍ଷତିଗ୍ରସ୍ତ ନ ହେବା ଫଳରେ ୪୦ ପ୍ରତିଶତ ଲୋକେ ଜଳ ପାଇପାରିଲେ। କିନ୍ତୁ ମୁଣ୍ଡଳୀ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଏହାର ମରାମତି କରାଯିବା ପରେ ଜଳ ଯୋଗାଣ ସ୍ବାଭାବିକ ହୋଇପାରିଛି। ପୁରୀରେ ଭୂପୃଷ୍ଠ ଜଳ ଯୋଗାଣ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ଏଣୁ ବାଧ୍ୟହୋଇ ଭୂତଳ ଜଳ ଉତ୍ସରୁ ଜଳ ଉଠାଇ ଲୋକଙ୍କୁ ଯୋଗାଣ ବ୍ୟବସ୍ଥା କରାଯାଉଛି। ସମସ୍ତ ସହରାଞ୍ଚଳରେ ଶତ ପ୍ରତିଶତ ପାନୀୟଜଳ ଯୋଗାଇ ଦିଆଯାଇଥିବା ସେ କହିଥିଲେ। ବାତ୍ୟା ପରବର୍ତୀ ଅବସ୍ଥାରେ ସହରାଞ୍ଚଳରେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଗଛକଟା ଓ ରାସ୍ତାସଫା କାର୍ଯ୍ୟରେ ୫୦୦ ସଫେଇ କର୍ମଚାରୀ ଓ ୬୦୦ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ଭୁବନେଶ୍ବରରୁ ୪୯୦୦ ଟ୍ରିପ୍‌ ଓ କଟକ‌ ସହରରୁ ୧୩ ହଜାର ଟ୍ରିପ୍‌ ଯୋଗେ ଆବର୍ଜନା ହଟାଯାଇଛି। ପୁରୀ ସହରକୁ ଆବର୍ଜନାମୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe