ଆଜିଠାରୁ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ବୁଧବାର ସ୍ଥାୟୀ କମିଟି ରିପୋର୍ଟ ଉପସ୍ଥାପନ, ୧୨ରୁ ଖର୍ଚ୍ଚଦାବି ଆଲୋଚନା, ୩୦ରେ ବ୍ୟୟ ମଞ୍ଜୁରୀ ବିଲ୍‌

କ୍ୟାବିନେଟ୍‌ ବୈଠକ ଆଜି, ୨୦ଟି ପ୍ରସ୍ତାବ ଉପରେ ଲାଗିବ ମୋହର!

ଭୁବନେଶ୍ୱର: ରାଜ୍ୟ ବିଧାନସଭା ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତାକାଲି ଅର୍ଥାତ୍‌ ବୁଧବାର ଆରମ୍ଭ ହେବ।  ଏହି ପର୍ଯ୍ୟାୟରେ  ଚଳିତ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌କୁ ଅନୁମୋଦନ ମିଳିବ।  ପ୍ରଥମ ପର୍ଯ୍ୟାୟ ଗତ ମାର୍ଚ୍ଚ ୨୦ ତାରିଖରୁ ଆରମ୍ଭ ହୋଇଥିଲା।  ୨୩ ତାରିଖରେ ବଜେଟ୍‌ ଉପସ୍ଥାପନ ହୋଇଥିଲେ ହେଁ, ମାର୍ଚ୍ଚ ୩୧ ତାରିଖ ଦିନ ବିଧାନସଭା ମାତ୍ର ଏକମାସ ପାଇଁ କାମଚଳା ବଜେଟ୍‌ ଅନୁମୋଦନ ଦେଇଥିଲେ। ପରମ୍ପରା ଅନୁଯାୟୀ, ଆସନ୍ତାକାଲି ବିଧାନସଭାର ବିଭିନ୍ନ ବିଭାଗ ପାଇଁ ଥିବା ଷ୍ଟାଣ୍ଡିଂ କମିଟି ସେମାନଙ୍କର ରିପୋର୍ଟ ଉପସ୍ଥାପନ କରିବେ। ଆସନ୍ତା ୧୨ରୁ ୨୮ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଗୃହରେ ଆଲୋଚନା ହେବ। ଏପ୍ରିଲ ୩୦ ତାରିଖରେ ବ୍ୟୟମଞ୍ଜୁରି ବିଲ୍‌ ପାରିତ ହେବ।  ମେ’ ୫ ତାରିଖ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ଚାଲିବାର କାର୍ଯ୍ୟସୂଚୀ ରହିଛି। ଏହି ସମୟ ମଧ୍ୟରେ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଓ ପ୍ରସ୍ତାବ ମଧ୍ୟ ଆସିପାରେ। ଉଲ୍ଲେଖନୀୟ ଯେ ପ୍ରଥମ ପର୍ଯ୍ୟାୟ ବୈଠକ କାଳରେ ଲୋକପାଳ, ଚାଷୀ ଆଦି ପ୍ରସଙ୍ଗକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସରଗରମ୍‌ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe