ଆଜି ଅତାବିରା ନିର୍ବାଚନ ଫଳାଫଳ

Advertisment
ଭୋଟରଙ୍କ ମନ ‘ପରିବର୍ତ୍ତନ’ ଚିନ୍ତା ଘାରିଲାଣି

The New Indian Express

ବରଗଡ଼/ଅତାବିରା: ବୁଧବାର ଅତାବିରା ଏନ୍‌ଏସି ନିର୍ବାଚନ ଫଳାଫଳ ଘୋଷଣା ହେବ। ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସକାଳ ୮ଟାରୁ ୪ଟି ଟେବୁଲରେ ଚାରି ରାଉଣ୍ତ ଗଣତି ହେବ। ଉଭୟ ଅଧ୍ୟକ୍ଷ ଓ କାଉନସିଲର ପାଇଁ ଦୁଇଟି ଟେବୁଲ୍‌ରେ ଦୁଇ ରାଉଣ୍ଡ ଲେଖାଏଁ ଗଣତି ପରେ ଫଳାଫଳ ଘୋଷଣା ହେବ। ସବୁ ସୁରୁଖୁରୁରେ ଚାଲିଲେ ଦିନ ୧୧ଟା ସୁଦ୍ଧା ଫଳ ଜଣାପଡ଼ିଯିବ। ଅତାବିରା କାହାର ହେବ, ସେନେଇ ଚର୍ଚ୍ଚା ଏବ˚ ଅ˚କକଷା ଜୋର‌୍‌ ଧରିଛି। ଭୋଟର‌୍‌, ପ୍ରାର୍ଥୀ ଏବ˚ ମ˚ଗୁଆଳମାନେ ଉତ୍ସୁକ ଅଛନ୍ତି। କିନ୍ତୁ ପ୍ରାର୍ଥୀ ଅପେକ୍ଷା ମ˚ଗୁଆଳଙ୍କ ମୁଣ୍ତବିନ୍ଧା ବେଶି ରହିଛି। କାରଣ ମ˚ଗୁଆଳ ମାନଙ୍କ ସା˚ଗଠାନିକ ଦକ୍ଷତା, ପତିଆରା ଏବ˚ ସମ୍ମାନ ଏଠାରେ ବାଜି ଲାଗିଛି। ତେଣୁ ପ୍ରାର୍ଥୀ ଅପେକ୍ଷା ନେତାମାନେ ବେଶୀ ଚାପରେ ଅଛନ୍ତି।

ବିଜେଡି ପାଇଁ ପ୍ରଚାର ଅଭିଯାନ ସମ୍ଭାଳିଥିଲେ ଅତାବିରା ନିର୍ବାଚନମଣ୍ତଳୀରୁ ପ୍ରତିନିଧିତ୍ବ କରୁଥିବା ବିଧାୟିକା ସ୍ନେହା˚ଗିନୀ ଛୁରିଆ। ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରୀତା ସାହୁ, ବିଧାୟକ ସୁଶାନ୍ତ ସିଂ, ଦେବେଶ ଆଚାର୍ଯ୍ୟ, ବରିଷ୍ଠ ନେତା ମହେନ୍ଦ୍ର ବଢ଼େଇ, ସାଧୁ ନେପାକଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲା। ତେଣୁ ଦଳ ଗୋଟିଏ ହିସାବରେ ସବୁ ଶକ୍ତି ବିନିଯୋଗ କରି ପୂର୍ବ ଭଳି ମୂଳପୋଛ କରିବାକୁ ଲକ୍ଷ୍ୟ ରଖିଛି। ସ୍ଥାନୀୟ ଦଳୀୟ କର୍ମୀମାନେ ୧୨-୦ ବ୍ୟବଧାନରେ ବିଜୟ ପାଇଁ ଆଶା ବାନ୍ଧିଛନ୍ତି। ତେଣୁ ଏହି ଧାରା ବଜାୟ ରଖିବା ବିଜେଡି ପାଇଁ ଚାପ ରହିବ। କ˚ଗ୍ରେସ ଅତାବିରାକୁ ନିଜ କବଳରେ ରଖିବା ପାଇଁ ଭରପୂର ଉଦ୍ୟମ କରିଛି। ଅତାବିରାର ପୂର୍ବତନ ବିଧାୟକ ନିହାର ର˚ଜନ ମହାନନ୍ଦଙ୍କ ନେତୃତ୍ବରେ ପ୍ରଚାର ଚାଲିଥିଲା।

ତାଙ୍କୁ ସ୍ଥାନୀୟ ନେତୃମଣ୍ତଳୀ ସହଯୋଗ କରିଥିଲେ। ଅତାବିରାରେ ଦଳର ପ୍ରଦର୍ଶନ ନିହାରଙ୍କ ଭାଗ୍ୟ ସହ ଯୋଡ଼ି ହୋଇ ରହିଛି। ରାଜ୍ୟରେ କ˚ଗ୍ରେସର ଦୟନୀୟ ପ୍ରଦର୍ଶନ ହାଇକମାଣ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଦଳ ରାଜ୍ୟରେ ଆମୂଳଚୂଳ ପରିବର୍ତନ କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଅତାବିରାରେ ଦଳର ପ୍ରଦର୍ଶନ ଉପରେ ନିଶ୍ଚିତ ଭାବେ ଦଳୀୟ ହାଇକମାଣ୍ଡର ନଜର ରହିବ। ବିଜେପି ଅତାବିରା ଏନ୍‌ଏସିରେ ଖାତା ଖୋଲି ନାହିଁ। ସ୍ଥାନୀୟ ନେତାଙ୍କୁ ଧରି ଦଳ ପ୍ରଚାରକୁ ଓହ୍ଲାଇଥିଲା। ଏଥିରୁ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଗୁଡ଼ାଏ ଟିକେଟ୍‌ ଆଶାୟୀ ମଧୢ ରହିଛନ୍ତି। ଅତାବିରାରେ ସେମାନଙ୍କ ଭାଗ୍ୟ ପରୀକ୍ଷା ହେବ ବୋଲି ମଧୢ ଶୁଣିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe