ଦ୍ବିତୀୟ ଶ୍ରୀକ୍ଷେତ୍ରରେ ଆଜି ବାହୁଡ଼ାଯାତ୍ରା

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ଆଜି ବାହୁଡ଼ାଯାତ୍ରା

ବାରିପଦା: ଆଜି ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହେବ। ଶନିବାର ଅପରାହ୍ନରେ ଜନ୍ମବେଦିରେ ଠାକୁରଙ୍କ ସୁନାବେଶ ହୋଇଥିଲା। ଏହି ଦେବଦୁର୍ଲଭ ବେଶ ଦର୍ଶନ ନିମନ୍ତେ ଶହଶହ ଭକ୍ତଙ୍କ ଭିଡ଼ ଜମିଥିଲା। ସନ୍ଧ୍ୟାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡିରେ ରଥକୁ ଅଣାଯାଇଥିଲା। ପ୍ରଥମେ ବଳଭଦ୍ର ତାପରେ ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କ ପହଣ୍ଡି ବିଜେ ହୋଇଥିଲା। ରଥରେ ଠାକୁରଙ୍କ ଦର୍ଶନ ପାଇଁ ରାତି ୧୦ଟା ଯାଏ ଭକ୍ତମାନଙ୍କ ଭିଡ଼ ଜମିଥିଲା।

ରବିବାର ନିର୍ଦ୍ଧାରିତ ସମୟରେ ପ୍ରଥମେ ଜଗନ୍ନାଥଙ୍କ ରଥ ଟଣାଯିବ। ତାଙ୍କ ପଛେପଛେ ଭଉଣୀ ସୁଭଦ୍ରାଙ୍କ ରଥ ଗଡ଼ିବ। ୧୧ ତାରିଖ ସୋମବାର ଦିନ ବଡ଼ଭାଇ ବଳରାମ ମନ୍ଦିର ଅଭିମୁଖେ ଯାତ୍ରା କରିବେ। ଘୋଷଯାତ୍ରା ଭଳି ୨ ଦିନ ଧରି ବାହୁଡ଼ାଯାତ୍ରା ମଧ୍ୟ ଅନୁଷ୍ଠିତ ହେବ। ବାହୁଡ଼ାଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସୁପରିଚାଳନା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ହୋଇଛି। ରଥଯାତ୍ରାରେ କାଁଭାଁ ବ୍ୟତିକ୍ରମ ଦେଖାଦେଇଥିଲା। ତେଣୁ ବାହୁଡ଼ାରେ ଯେଭଳି ତା’ର ପୁନରାବୃତ୍ତି ନହେବ, ସେଥିପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି ବୋଲି ବାରିପଦା ଟାଉନ୍‌ ଥାନାଧିକାରୀ ବୀରେନ୍ଦ୍ର କୁମାର ସେନାପତି କହିଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଏସ୍‌ପି ଋଶିକେଶ ଦ୍ୟାନଦେଓ ଖିଲାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୧୦୦ରୁ ଊର୍ଦ୍ଧ୍ବ ପୁଲିସ ଅଧିକାରୀ, କର୍ମଚାରୀ ଓ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଆଜି ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଉପଜିଲ୍ଲାପାଳ ଅନ୍ୟା ଦାସ, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପନଗରପାଳ ସୀମା ଦାସ ଓ ଏସ୍‌ପି ନିଜେ ବାହୁଡ଼ାଯାତ୍ରାର ପ୍ରସ୍ତୁତି ତଦାରଖ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe