ଆଜି ପହଞ୍ଚିବ ୨୧ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌, ଆସୁଛନ୍ତି ୨୫ ହଜାର ପ୍ରବାସୀ

Advertisment
ଆଜି ପହଞ୍ଚିବ ୨୧ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌, ଆସୁଛନ୍ତି ୨୫ ହଜାର ପ୍ରବାସୀ

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବ ୨୧ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ। ଏଥିରେ ପାଖାପାଖି ୨୫ ହଜାର ପ୍ରବାସୀ ଓଡ଼ିଆ ଫେରିବାର ସମ୍ଭାବନା ରହିଛି। ତାମିଲନାଡ଼ୁ, ବେଙ୍ଗାଲୁରୁ, ନୂଆଦିଲ୍ଲୀ, ସୁରତ, ପୁଣେ, ମହାରାଷ୍ଟ୍ର, ବିଶାଖାପାଟଣା, ତେଲେଙ୍ଗାନା, ଗୁଜରାଟ, ଗୋଆ ଆଦି ସ୍ଥାନରୁ ଆସୁଥିବା ଟ୍ରେନ୍‌ଗୁଡ଼ିକ ବଲାଙ୍ଗୀର, ଭଦ୍ରକ, ଖୋର୍ଧା ରୋଡ୍‌, ଭୁବନେଶ୍ବର, ଜଗନ୍ନାଥପୁର, ବାଲେଶ୍ବର, କଟକ, ଗଞ୍ଜାମ, ଭବାନୀପାଟଣା ଆଦି ସ୍ଥାନରେ ଆସନ୍ତାକାଲି ସୁଦ୍ଧା ପହଞ୍ଚିବ। ଭାରତୀୟ ରେଳପଥ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପୂର୍ବରୁ ଏତେ ସଂଖ୍ୟକ ଟ୍ରେନ୍‌ ଗୋଟିଏ ଦିନରେ ଆସିନାହିଁ।

ସୂଚନାଯୋଗ୍ୟ ଯେ ଦେଶ ଏବେ କରୋନା ମହାମାରୀ ସହ ସଂର୍ଘଷ କରୁଥିବା ବେଳେ ଲକ୍‌ଡାଉନ୍‌ ଯୋଗୁଁ କ୍ଷତିଗ୍ରସ୍ତ ଲୋକଙ୍କୁ ରେଳ ମନ୍ତ୍ରଣାଳୟ ସାହାଯ୍ୟର ହାତ ବଢ଼ାଇଛି। ପ୍ରବାସୀମାନଙ୍କୁ ସେମାନଙ୍କ ରାଜ୍ୟରେ ପହଞ୍ଚାଇବା ଲକ୍ଷ୍ୟ ନେଇ ରେଳ ମନ୍ତ୍ର‌ାଳୟ ଆଗାମୀ ୧୦ ଦିନ ମଧ୍ୟରେ ଆଉ ୨୬୦୦ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ବାରା ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରାୟ ୩୬ଲକ୍ଷ ପ୍ରବାସୀ ଉପକୃତ ହେବେ। ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାର ନିଷ୍ପତ୍ତି ନେଇ ରଳେ ମନ୍ତ୍ରାଳୟ ମେ’ ପହିଲାରୁ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଚାଲୁ କରିଥିଲା। ଦୁଇ ରାଜ୍ୟ ସରକାରଙ୍କ ସହମତି ଭିତ୍ତିରେ ରାଜ୍ୟର ଏକ ସ୍ଥାନରୁ ଅନ୍ୟ ରାଜ୍ୟର ନିର୍ଦ୍ଦିଷ୍ଟ ସ୍ଥାନକୁ ପ୍ରବାସୀମାନକୁ ନେଇ ଏହି ଟ୍ରେନ୍‌ ଯାତ୍ରା କରିଆସୁଛି। ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ଗୁଡ଼ିକର ଚଳାଚଳ ସୁବିଧା ପାଇଁ ରେଳବାଇ ଓ ରାଜ୍ୟ ସରକାରମାନେ ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ବ୍ୟତୀତ ରେଳ ମନ୍ତ୍ରାଳୟ ଗତ ୧୨ତାରିଖରୁ ୧୫ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ ଆରମ୍ଭ କରିଥିବା ବେଳେ ଜୁନ୍‌ ପହିଲାରୁ ୨୦୦ ଟ୍ରେନ୍‌ ସେବା ଚାଲୁ କରିବାକୁ ଘୋଷଣା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe