ଆଜି ଆସୁଛନ୍ତି ରାଜ୍ୟପାଳ

ଆଜି ଆସୁଛନ୍ତି ରାଜ୍ୟପାଳ

NDTV.com

ସମ୍ବଲପୁର: ଶନିବାର ହେବାକୁ ଥିବା ଆଇଆଇଏମ୍‌ ସମ୍ବଲପୁରର ସମାବର୍ତ୍ତନ ସମାରୋହରେ ଯୋଗଦେବାକୁ ରାଜ୍ୟପାଳ ପ୍ର. ଗଣେଶୀ ଲାଲ୍ ଶୁକ୍ରବାର ସଂଧ୍ୟାରେ ପହଞ୍ଚିବେ। ସେ ଶୁକ୍ରବାର ସଂଧ୍ୟା ୬ଟା ୪୫ରେ ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇ ସମ୍ବଲପୁର ଅଭିମୁଖେ ବାହାରିବେ।

ରାତି ୮ଟା ୨୦ରେ ମନ୍ଦଲିଆସ୍ଥିତ ଶ୍ରୀ ଶ୍ୟାମ ମନ୍ଦିରରେ ପହଞ୍ଚି ଠାକୁରଙ୍କ ଦର୍ଶନ ସହ ପ୍ରସାଦ ସେବନ କରିବେ। ଏହାପରେ ଅଶୋକ ନିବାସ ଯାଇ ରାତ୍ରିଯାପନ କରିବା କାର୍ଯ୍ୟକ୍ରମ ରହିଛି। ପରଦିନ ସକାଳ ୯ଟାରେ ବସନ୍ତପୁରସ୍ଥିତ ଆଇଆଇଏମ୍ ସ୍ଥାୟୀ କ୍ୟାମ୍ପସ୍‌ରେ ଆୟୋଜନ ହୋଇଥିବା ଉତ୍ସବସ୍ଥଳରେ ପହଞ୍ଚି ସମାବର୍ତ୍ତନରେ ଯୋଗଦେବେ। ଏହାପରେ ସେଠାରୁ ଝାରସୁଗୁଡ଼ା ଯାଇ ବିମାନ ଯୋଗେ ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe