ଆଜି ଏଗ୍ରି କନ୍‌କ୍ଲେଭ୍-୨୦୨୧

ଆଜି ଏଗ୍ରି କନ୍‌କ୍ଲେଭ୍-୨୦୨୧

PNGWing

ଭୁବନେଶ୍ବର : ଶୁକ୍ରବାର ଦିନ ଲୋକସେବା ଭବନସ୍ଥିତ ନୂଆ କନ୍‌ଭେନ୍‌ସନ୍ ହଲ୍‌ରେ ଏଗ୍ରି କନ୍‌କ୍ଲେଭ୍ – ୨୦୨୧ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିରେ ଦେଶର ବଡ଼ ବଡ଼ କମ୍ପାନି ଯୋଗ ଦେବେ। ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ‌ହୋଇଯାଇଛି। କନ୍‌କ୍ଲେଭ୍‌ରେ ୫୦ଟି ବଡ଼ କମ୍ପାନି ଯୋଗ ଦେବାକୁ ସ୍ବୀକୃତି ପ୍ରଦାନ କରିଛନ୍ତି ବୋଲି ସୂଚନା ଦିଆଯାଇଥିଲା। ଏହା ସହ ୪୧ଟି ସଂସ୍ଥା ୱେବ୍‌ଲିଙ୍କ୍‌ ଯୋଗେ ତାଙ୍କର ଯୋଗଦାନର ସ୍ବୀକୃତି ଦେଇଛନ୍ତି। ଓଡ଼ିଶାରେ କାର୍ଯ୍ୟ କରୁଥିବା ସମସ୍ତ କୃଷିଭିତ୍ତିକ କମ୍ପାନି ଏଥିରେ ଅଂଶଗ୍ରହଣ କରିବେ ବୋଲି ଇପିକଲ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା।

ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କୃଷି ଜ୍ଞାନ ପତ୍ରିକାର ଉନ୍ମୋଚନ କରାଯିବ। ଆଜିର ପ୍ରସ୍ତୁତି ବୈଠକରେ କୃଷି ସଚିବ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ସଚିବ ଆର୍‌ ରଘୁପ୍ରସାଦ , ସମବାୟ ସଚିବ ବୀର ବିକ୍ରମ ଯାଦବ, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ, କୃଷି ନିର୍ଦ୍ଦେଶକ ଏମ୍‌ ମୁଥୁକୁମାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମଚନ୍ଦ୍ର ଚୌଧରୀ ଓ କୃଷି ବିଭାଗର ସ୍ବତନ୍ତ୍ର ସଚିବ ମନ୍ମଥ କୁମାର ପାଣି ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe