ଶ୍ରମିକ ଦିବସ: ବଢ଼ୁଛି ପଞ୍ଜୀକରଣ, ଫାଇଦା ନେଉଛନ୍ତି ଅଣଶ୍ରମିକ

Advertisment

ବୟସ ବଢ଼ିଗଲାଣି ବୋଲି କେହି ଆଉ କାମକୁ ଡାକୁନାହାନ୍ତି। ଖରାରେ ଛିଡ଼ା ହେଇଛୁ ସିନା, କାମ ଦେବାକୁ କେହି ରାଜି ନୁହନ୍ତି। ଆସିଥିଲୁ, ଘରକୁ ଫେରିଯିବୁ। କେବେ ମାସକୁ ୧୫ ଦିନ ତ କେବେ ପୁଣି ୧୦ ଦିନ କାମ ମିଳେ।

ବୟସ ବଢ଼ିଗଲାଣି ବୋଲି କେହି ଆଉ କାମକୁ ଡାକୁନାହାନ୍ତି। ଖରାରେ ଛିଡ଼ା ହେଇଛୁ ସିନା, କାମ ଦେବାକୁ କେହି ରାଜି ନୁହନ୍ତି। ଆସିଥିଲୁ, ଘରକୁ ଫେରିଯିବୁ। କେବେ ମାସକୁ ୧୫ ଦିନ ତ କେବେ ପୁଣି ୧୦ ଦିନ କାମ ମିଳେ।

dssdxccx

ପୁରୀ: ବୟସ ବଢ଼ିଗଲାଣି ବୋଲି କେହି ଆଉ କାମକୁ ଡାକୁନାହାନ୍ତି। ଖରାରେ ଛିଡ଼ା ହେଇଛୁ ସିନା, କାମ ଦେବାକୁ କେହି ରାଜି ନୁହନ୍ତି। ଆସିଥିଲୁ, ଘରକୁ ଫେରିଯିବୁ। କେବେ ମାସକୁ ୧୫ ଦିନ ତ କେବେ ପୁଣି ୧୦ ଦିନ କାମ ମିଳେ। ସେଇଥିରେ ଯାହା ମିଳେ ବୁଢ଼ାବୁଢ଼ି ଦୁହେଁ ଚଳୁ। ଏ ଶ୍ରମିକ ପରିଚୟପତ୍ର କ’ଣ, ନା କେବେ ଆମେ ବୁଝିବାକୁ ଚେଷ୍ଟା କରିଛୁ, ନା ଆମକୁ କେହି ବୁଝାଇଛନ୍ତି। ଏ ବ୍ୟଥା ହେଉଛି ହନ୍ତୁକରୁ ପ୍ରତିଦିନ ସାଇକେଲ୍‌ ନେଇ ବଡ଼ଦାଣ୍ଡରେ ନିଜକୁ ୮ ଘଣ୍ଟା ପାଇଁ ବିକ୍ରି କରିଦେବାକୁ ଟାଇଁ ଟାଇଁ ଖରାରେ କୋଡ଼ି କୋଦାଳ ଧରି ସଂଘର୍ଷ କରୁଥିବା ବିଶ୍ବନାଥ ବେହେରାଙ୍କର। ବିଡ଼ମ୍ବନା ହେଲା ଶ୍ରମିକ ପରିଚୟପତ୍ର ଏବଂ ମିଳୁଥିବା ସହାୟତା ରାଶି ବାବଦରେ ବହୁ ଶ୍ରମିକ ଅଜ୍ଞ। ଅଣଶ୍ରମିକମାନେ ଏଥିରୁ ବେଶି ଫାଇଦା ଉଠାଉଥିବା ବାରମ୍ବାର ଅଭିଯୋଗ ହୋଇଆସିଛି।

ଅନଲାଇନରେ ଆବେଦନ କରିବାକୁ କୁହାଯାଇଥିବାରୁ ବହୁ ଶ୍ରମିକ ଦ୍ବନ୍ଦ୍ବରେ ପଡ଼ୁଛନ୍ତି। ତେବେ ସରକାରୀ କାଗଜପତ୍ରରେ କିନ୍ତୁ ଶ୍ରମିକ ପଞ୍ଜୀକରଣ ବଢ଼ିଛି। ଅଧିକରୁ ଅଧିକ ଶ୍ରମିକ ସହାୟତା ରାଶି ପାଇପାରିଛନ୍ତି। ଜିଲ୍ଲା ଶ୍ରମ ଦପ୍ତରର ସୂଚନା ମୁତାବକ, ଏଯାବତ ୧ ଲକ୍ଷରୁ ଅଧିକ ଶ୍ରମିକ ପଞ୍ଜୀକୃତ ହୋଇସାରିଛନ୍ତି। ୨୦୨୨ ଏପ୍ରିଲ ୧ ତାରିଖରୁ ୨୦୨୩ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ମୋଟ ୧୧୫୨୨ ଜଣ କୋଠାବାଡ଼ି ଓ ଅନ୍ୟ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ଏହି ଆର୍ଥିକ ବର୍ଷରେ ମୋଟ ୪୨୮୮ ଜଣ ଶ୍ରମିକଙ୍କୁ ସହାୟତା ରାଶି ବାବଦରେ ୧୭ କୋଟି ୫୪ ଲକ୍ଷ ୬୮ ହଜାର ୮ ଶହ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଶିକ୍ଷା ସହାୟତା ବାବଦରେ ୧୯୦୪ ଜଣ, ବିବାହ ସହାୟତା ୧୭୮୧ ଜଣ, ପ୍ରସବକାଳୀନ ସହାୟତା ୯ ଜଣ, ଶବ ସଂସ୍କାର ପାଇଁ ୨୮୫ ଜଣ ଏବଂ ୩୦୬ ଜଣଙ୍କୁ ମୃତ୍ୟୁକାଳୀନ ସହୟତା ପ୍ରଦାନ କରାଯାଇଛି। ଏହାବ୍ୟତୀତ ଅଣସଂଗଠିତ ୭ ଜଣ ଶ୍ରମିକଙ୍କୁ ୭ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଇଛି।

୨୦୨୩ ଏପ୍ରିଲ ୧ ତାରିଖରୁ ୨୦୨୪ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଶ୍ରମିକ ପଞ୍ଜୀକରଣ ୩ ଗୁଣା ବୃଦ୍ଧି ପାଇଛି। ଏହି ଆର୍ଥିକ ବର୍ଷରେ ମୋଟ ୩୪ ହଜାର ୪୯ ଜଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ୪୧୮୮ ଜଣଙ୍କୁ ୨୧ କୋଟି ୬୨ ଲକ୍ଷ ୯୨ ହଜାର ୮ ଶହ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଶିକ୍ଷା ବାବଦରେ ୧୧୬୪ ଜଣ, ବିବାହ ପାଇଁ ୧୯୨୭ ଜଣ, ପ୍ରସବ ପାଇଁ ୫, ଶବ ସଂସ୍କାର ପାଇଁ ୫୨୮ ଏବଂ ମୃତ୍ୟୁକାଳୀନ ସହାୟତା ରାଶି ୫୬୪ ଜଣ ପାଇଛନ୍ତି। ଏହା ବ୍ୟତୀତ ୩୩୬ ଜଣ ଅଣଶ୍ରମିକ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।

ସରକାରଙ୍କ ଆଇନ ମୁତାବକ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ନିର୍ମାଣ କାମ ହେଲେ ତା’ର ୧ ପ୍ରତିଶତ ସେସ୍‌ ଭାବେ ଶ୍ରମ କମିସନ ଅଧୀନରେ ଥିବା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡକୁ ଯାଏ। ଏହି ଅର୍ଥରେ ଶ୍ରମିକମାନଙ୍କ ଝିଅ ବାହାଘର, ଛାତ୍ରବୃତ୍ତିଠୁ ନେଇ ଗୁରୁତର ଚିକିତ୍ସା ପାଇଁ ପ୍ରଦାନ କରାଯିବାର ନିୟମ ରହିଛି। ସହାୟତା ମିଳୁଛି ମଧ୍ୟ। ଅଥଚ ଅଧିକାଂଶ ନିର୍ମାଣ ଶ୍ରମିକ ସଚେତନତା ଅଭାବରୁ ଏହାର ସୁଯୋଗ ନେଇପାରୁନାହାନ୍ତି। ନିର୍ମାଣ ଶ୍ରମିକଙ୍କର ନିର୍ମାଣ ବେ‌ଳେ ମୃତ୍ୟୁ ହେଲେ ୨ ଲକ୍ଷ ୫ ହଜାର ଟଙ୍କାର ସହାୟତା ରାଶି ଦେବାର ବନ୍ଦୋବସ୍ତ କରାଯାଇଛି, କିନ୍ତୁ କେହି ନିର୍ମାଣ କାମ କରୁଥିବା ବେଳେ ଭିନ୍ନକ୍ଷମ ହୋଇଗଲେ ସେମାନଙ୍କ ପାଇଁ ଟଙ୍କାଟିଏ ସହାୟତାର ବ୍ୟବସ୍ଥା କରାଯାଇନାହିଁ। ୧୯୯୬ ବିଲ୍‌ଡିଂ ଆଣ୍ଡ୍‌ ଅଦର୍‌ କନ୍‌ଷ୍ଟ୍ରକ୍ସନ ୱାର୍କର୍ସ ଆକ୍ଟକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିଲେ ହେଁ ଶ୍ରମିକଙ୍କ ପାଇଁ ସରକାରଙ୍କର ଦରଦ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe