ଭୁବନେଶ୍ବର : ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ସୋମବାର ଦିନ ଅନୁଷ୍ଠିତ ହେବ। ଏଥି ପାଇଁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ପୂର୍ବାହ୍ନ ୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବ। ବାଚସ୍ପତି ନିର୍ବାଚନ ପରେ ଗୃହ ମୁଲତବୀ ରହିବ।
ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଗତ ୪ ତାରିଖରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ବାଚସ୍ପତି ନିର୍ବାଚନର ଆବଶ୍ୟକତା ପଡ଼ିଥିଲା। ବିଜେଡି ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ଭାବେ ବିକ୍ରମ କେଶରୀ ଆରୁଖଙ୍କ ନାମ ଘୋଷଣା କରାଯାଇଥିଲା। ଶ୍ରୀ ଆରୁଖ ଗତ ୧୦ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଯେହେତୁ ଅନ୍ୟ କେହି ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି, ତେଣୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ। ଅଧିବେଶନରେ ଏ ସମ୍ପର୍କିତ ଆବଶ୍ୟକ ପ୍ରକ୍ରିୟା ଶେଷ ହେବା ପରେ ଶ୍ରୀ ଆରୁଖଙ୍କୁ ବାଚସ୍ପତି ଭାବେ ବିଧିବଦ୍ଧ ଘୋଷଣା କରାଯିବ।
Follow Us