ଭୁବନେଶ୍ବର : ‘ଆଜାଦୀ କା ଅମୃତ ମହୋତ୍ସବ’ର ଆଇକନିକ ସପ୍ତାହ ଉପଲକ୍ଷେ ଆସନ୍ତାକାଲି କେନ୍ଦ୍ର ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ପକ୍ଷରୁ ନିଶାଦ୍ରବ୍ୟ ନଷ୍ଟ ଦିବସ ପାଳନ କରାଯିବ। ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲିଠାରୁ ଆଇକନିକ ସପ୍ତାହ ସମାରୋହ ଆରମ୍ଭ ହେଉଛି। ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅଂଶ ସ୍ବରୂପ ଆଇକନିକ ସପ୍ତାହ ସମାରୋହ ଆୟୋଜନ କରାଯାଉଛି । ନିଶାଦ୍ରବ୍ୟ ନଷ୍ଟ ଦିବସ ପାଳନ ଅବସରରେ ଦେଶର ୧୩ଟି ସ୍ଥାନରେ ୪୨,୦୦୦ କିଗ୍ରା ନିଶା ଦ୍ରବ୍ୟ ନଷ୍ଟ କରାଯିବ। ଗୌହାଟୀ, ଲକ୍ଷ୍ନୌ, ମୁମ୍ବାଇ, ମୁନ୍ଦ୍ରା/କାଣ୍ଡଲା, ପାଟନା ଏବଂ ସିଲିଗୁଡ଼ି ଠାରେ ଅନୁଷ୍ଠିତ ହେବାକୁ ଥିବା ନିଶାଦ୍ରବ୍ୟ ନଷ୍ଟ କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିବା ସହିତ ଅଧିକାରୀମାନଙ୍କୁ ସମ୍ବୋଧିତ କରିବେ ।
ଆଜି ସିବିଆଇସି ପକ୍ଷରୁ ନିଶାଦ୍ରବ୍ୟ ନଷ୍ଟ ଦିବସ: ନଷ୍ଟ କରାଯିବ ୪୨,୦୦୦ କିଗ୍ରା ନିଶା ଦ୍ରବ୍ୟ
Advertisment
Follow Us