ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ଆଜି

Advertisment

ଗିରୀଶ ଚନ୍ଦ୍ର ମୁର୍ମୁ ଓ ଡ. ବନଲତା ମହାନ୍ତିଙ୍କୁ ମିଳିବ ଭୂମି ଗୌରବ ସମ୍ମାନ

ଗିରୀଶ ଚନ୍ଦ୍ର ମୁର୍ମୁ ଓ ଡ. ବନଲତା ମହାନ୍ତିଙ୍କୁ ମିଳିବ ଭୂମି ଗୌରବ ସମ୍ମାନ

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ଆଜି

nou.nic.in

ବ‌ାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ୨୫ତମ ପ୍ରତିଷ୍ଠା ଦିବସ ଉତ୍ସବ ଆଜି ବିଶ୍ବବିଦ୍ୟାଳୟ ସଦ୍‌ଭାବନା ଗୃହ ପରିସରରେ ଦିନ ୧୧ଟାରେ ଅନୁଷ୍ଠିତ ହେବ। କୁଳପତି ପ୍ରଫେସର କିଶୋର କୁମାର ବସାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ରେଭେନ୍‌ସା ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗ ଦେବେ।

ଏହି ଅବସରରେ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ମୟୂରଭଞ୍ଜ ଜିଲ୍ଲା ଭୂମି ଗୌରବ ସମ୍ମାନ ଓ ଡ. ବନଲତା ମହାନ୍ତିଙ୍କୁ କେନ୍ଦୁଝର ଜିଲ୍ଲା ଭୂମି ଗୌରବ ସମ୍ମାନ ପ୍ରଦାନ କରାଯିବ। ଏଥି ସହ ୨୦୨୧ ମସିହା ଏମ୍‌ସି ଟପର୍‌ ହେମାନନ୍ଦ ବେହେରାଙ୍କୁ କୁମୁଦିନୀ ସ୍ମାରକୀ ସମ୍ମାନ ଓ ୨୦୨୧ରେ ଇତିହାସର ବେଷ୍ଟ ଗ୍ରାଜୁଏଟ୍ କେଶବ ଚନ୍ଦ୍ର ମହାନ୍ତଙ୍କୁ ଡ. ଅଶୋକ ପ୍ରିୟଦର୍ଶନୀ ସମ୍ମାନରେ ସମ୍ମାନିତ କରାଯିବ। ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ ଉତ୍ସବରେ ନିମନ୍ତ୍ରିତ ଅତିଥି, ଛାତ୍ରଛାତ୍ରୀ ନିର୍ଦ୍ଧାରିତ ସମୟରେ ପହଞ୍ଚି କାର୍ଯ୍ୟକ୍ରମକୁ ସଫଳ କରିବାକୁ ରେଜିଷ୍ଟାର ସହଦେବ ସମାଧିଆ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe