ଆଜି ଯୁକ୍ତ୩ ମେଧା ତାଲିକା

ଅନୁଦାନ ବିଜ୍ଞପ୍ତି ପ୍ରତ୍ୟାହାର କଲା ଉଚ୍ଚଶିକ୍ଷା ବିଭାଗ

dhe odisha

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ଯୁକ୍ତ ୩ ତଥା ସ୍ନାତକ କଲେଜଗୁଡ଼ିକରେ ନାମଲେଖା ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ତଥା ମେଧା ତାଲିକା ପ୍ରକାଶ ପାଇବ। ପୂର୍ବାହ୍ନ ୧୧ଟାରେ ତାଲିକା ପ୍ରକାଶ ପାଇବା ପରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଅପରାହ୍‌ଣ ୨ଟାରୁ ୧୪ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିପାରିବେ। ସେପ୍ଟେମ୍ବର ୧୩ରୁ ୧୬ତାରିଖ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀ ଆଲର୍ଟ ହୋଇଥିବା କଲେଜରେ ରିପୋର୍ଟିଂ କରି ନାମ ଲେଖାଇବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ନାମଲେଖା ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜଗୁଡ଼ିକ ପାଇଁ ଆଜି ନିୟମାବଳୀ ଜାରି ହୋଇଛି। ନାମଲେଖା ପାଇଁ ସାମ୍‌ସ ଲ୍ୟାବ୍‌, ଇଣ୍ଟରନେଟ୍‌, ପ୍ରିଣ୍ଟର, କମ୍ପ୍ୟୁଟର ଆଦି ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ନାମଲେଖା ବେଳେ ପ୍ରାର୍ଥୀଙ୍କ ଉପସ୍ଥାନ ‌ଖାତା ପ୍ରସ୍ତୁତ ରଖିବାକୁ କୁହାଯାଇଛି। ରିପୋର୍ଟିଂ ସମୟରେ ଉପସ୍ଥିତ ଥିବା ପ୍ରାର୍ଥୀ ଯେପରି ଉପସ୍ଥାନ ଖାତାରେ ଦସ୍ତଖତ କରିବେ, ସେନେଇ ଆଡମିସନ୍‌ ଟିମ୍‌ ସୁନିଶ୍ଚତ କରାଇବେ। କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ଯଦି ଆବେଦନକାରୀ ଅନୁପସ୍ଥିତ ରୁହନ୍ତି, ତେବେ ସେମାନଙ୍କ ଅଭିଭାବକଙ୍କୁ ନାମଲେଖା ପାଇଁ ଅନୁମତି ଦିଆଯିବ। ତେବେ ଅଭିଭାବକଙ୍କ ପ୍ରମାଣପତ୍ର ଭଲ ଭାବେ ଯାଞ୍ଚ କରାଯିବାକୁ କୁହାଯାଇଛି। ନାମଲେଖା ସମୟରେ କମନ୍‌ ଆପ୍ଲିକେସନ୍‌ ଫର୍ମରେ ଯଦି କୌଣସି ପ୍ରକାର ଅସାମଞ୍ଜସ୍ୟ ପରିଲକ୍ଷିତ ହୁଏ, ତେବେ କଲେଜ କର୍ତୃପକ୍ଷ ପ୍ରାର୍ଥୀଙ୍କୁ ନାମଲେଖା ପାଇଁ ଅନୁମତି ଦେବେ ନାହିଁ। ନାମଲେଖା ଶେଷ ହେବା କ୍ଷଣି ତଥ୍ୟ ଦାଖଲ କରିବାକୁ କଲେଜଗୁଡ଼ିକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe