ଆଜି ରଥର ଦକ୍ଷିଣ ମୋଡ଼: ନାକଚଣା ଦ୍ବାରକୁ ଯିବେ ତିନି ରଥ, ସାଢ଼େ ୧୨ଟାରେ ରଥକୁ ଆଜ୍ଞାମାଳ ବିଜେ

Advertisment

ନବଦିନାତ୍ମକ ଯାତ୍ରା ସରିସରି ଆସୁଛି। ଇତି ମଧ୍ୟରେ ୫ ଦିନ ବିତିସାରିଛି। ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ, ଅର୍ଥାତ୍‌ ଆସନ୍ତାକାଲି ଯାତ୍ରାର ଷଷ୍ଠ ଦିନରେ ରଥର ଦକ୍ଷିଣ ମୋଡ଼ ଅନୁଷ୍ଠିତ ହେବ। ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗରେ ଥିବା ରଥମାନଙ୍କୁ ନାକଚଣା ଦ୍ବାର ଶରଧାବାଲିକୁ ନିଆଯିବ।

ନବଦିନାତ୍ମକ ଯାତ୍ରା ସରିସରି ଆସୁଛି। ଇତି ମଧ୍ୟରେ ୫ ଦିନ ବିତିସାରିଛି। ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ, ଅର୍ଥାତ୍‌ ଆସନ୍ତାକାଲି ଯାତ୍ରାର ଷଷ୍ଠ ଦିନରେ ରଥର ଦକ୍ଷିଣ ମୋଡ଼ ଅନୁଷ୍ଠିତ ହେବ। ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗରେ ଥିବା ରଥମାନଙ୍କୁ ନାକଚଣା ଦ୍ବାର ଶରଧାବାଲିକୁ ନିଆଯିବ।

sfsfsfxcxcxc

ପୁରୀ: ନବଦିନାତ୍ମକ ଯାତ୍ରା ସରିସରି ଆସୁଛି। ଇତି ମଧ୍ୟରେ ୫ ଦିନ ବିତିସାରିଛି। ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ, ଅର୍ଥାତ୍‌ ଆସନ୍ତାକାଲି ଯାତ୍ରାର ଷଷ୍ଠ ଦିନରେ ରଥର ଦକ୍ଷିଣ ମୋଡ଼ ଅନୁଷ୍ଠିତ ହେବ। ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗରେ ଥିବା ରଥମାନଙ୍କୁ ନାକଚଣା ଦ୍ବାର ଶରଧାବାଲିକୁ ନିଆଯିବ। ମହାପ୍ରଭୁ ନାକଚଣା ଦ୍ବାର ବାଟେ ପହଣ୍ଡି ହୋଇ ରଥରେ ବିରାଜମାନ କରି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ। ଜନ୍ମବେଦି ଲୀଳା ସାରି ପୁଣି ରତ୍ନବେଦି ଅଭିମୁଖେ ବାହୁଡ଼ିବେ। ଏନେଇ ସ୍ବତନ୍ତ୍ର ନୀତିକାନ୍ତି ସହ ରଥଟଣା ହେବା ପୂର୍ବରୁ ମହାପ୍ରଭୁଙ୍କ ଆଜ୍ଞା ସ୍ବରୂପ ଆଜ୍ଞାମାଳ ଆସି ପହଞ୍ଚିବ। 

ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କର ଆଜ୍ଞାମାଳକୁ ତିନିଜଣ ପାଳିଆ ପୂଜାପଣ୍ଡା ହସ୍ତରେ ଧାରଣ କରି ଘଣ୍ଟ, ଛତା ଓ କାହାଳି ସହ ତିନି ରଥକୁ ଆଜ୍ଞାମାଳ ଆଣି ପ୍ରଦାନ କରିବେ। ଏହାପରେ ରଥର ଦକ୍ଷିଣ ମୋଡ଼ କରାଯିବ। ଶ୍ରୀମନ୍ଦିରର ଅଧିକାରୀ, କର୍ମଚାରୀ ଓ ପୁଲିସ କର୍ମଚାରୀବୃନ୍ଦ ଦକ୍ଷିଣମୋଡ଼ କରାଇବେ। ରଥରେ ଶ୍ରୀବିଗ୍ରହ ଅନୁପସ୍ଥିତ ରହୁଥିବାରୁ ଭକ୍ତମାନେ ରଥ ଟାଣନ୍ତି ନାହିଁ। ଅନ୍ୟପକ୍ଷରେ ଦକ୍ଷିଣ ମୋଡ଼ କରିବା ପାଇଁ ରଥକୁ ଆବଶ୍ୟକତା ଅନୁସାରେ ଆଗପଛ ହୋଇ ଟଣାଯାଉଥିବାରୁ ଏଥିରେ ଭକ୍ତମାନଙ୍କୁ ଜଡ଼ିତ କରାଯାଏ ନାହିଁ। ନିର୍ଦ୍ଧାରିତ ନୀତିକାନ୍ତି ମୁତାବକ, ବୁଧବାର ଭୋର ୪ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ୫ଟାରେ ମଙ୍ଗଳଆଳତି ପରେ ମଇଲମ, ତଡ଼ପଲାଗି, ଅବକାଶ ହୋଇ ସକାଳ ସାଢ଼େ ୬ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନର ସୁଯୋଗ ମିଳିବ। ସକାଳ ଧୂପ ପୂର୍ବାହ୍‌ଣ ୧୦ଟାରୁ ସାଢ଼େ ୧୧ଟା ମଧ୍ୟରେ ସମ୍ପନ୍ନ ହେବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ରଥ ଆଜ୍ଞାମାଳ ବିଜେ ହେବ। ଆଜ୍ଞାମାଳ ଆସିବା ପରେ ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ବାର ପାର୍ଶ୍ବକୁ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe