ଆଜି ‘ପୁନଶ୍ଚ ପୃଥିବୀ’ର ଦ୍ବିତୀୟ ସଂସ୍କରଣ: ଉପକୂଳ ସୁରକ୍ଷା ପ୍ରସଙ୍ଗରେ ଏକାଠି ହେବେ ବିଶେଷଜ୍ଞ

ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଜନଜାଗରଣ ସୃଷ୍ଟି ଲାଗି ‘ସମ୍ବାଦ ଗ୍ରୁପ୍’ ପକ୍ଷରୁ ନିଆଯାଇଥିବା ଅଭିନବ ପଦକ୍ଷେପ ‘ପୁନଶ୍ଚ ପୃଥିବୀ’ ଅଭିଯାନର ଦ୍ୱିତୀୟ ସଂସ୍କରଣ ଆସନ୍ତାକାଲି (ରବିବାର) ଓଡ଼ିଶା ଜୈବ ବିବିଧତାର ଅନ୍ୟତମ ପ୍ରାଣକେନ୍ଦ୍ର ଭିତରକନିକା ଜାତୀୟ ଉଦ୍ୟାନରେ ଅନୁଷ୍ଠିତ ହେବ।

ଶୁଖିଗଲା ଭଞ୍ଜନଗର ଜଳଭଣ୍ଡାର: ଗ୍ରୀଷ୍ମରେ ପିଇବା ପାଣି ସ୍ଥିତି ଉତ୍କଟ ଆଶଙ୍କା

ଭୁବନେଶ୍ବର: ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଜନଜାଗରଣ ସୃଷ୍ଟି ଲାଗି ‘ସମ୍ବାଦ ଗ୍ରୁପ୍’ ପକ୍ଷରୁ ନିଆଯାଇଥିବା ଅଭିନବ ପଦକ୍ଷେପ ‘ପୁନଶ୍ଚ ପୃଥିବୀ’ ଅଭିଯାନର ଦ୍ୱିତୀୟ ସଂସ୍କରଣ ଆସନ୍ତାକାଲି (ରବିବାର) ଓଡ଼ିଶା ଜୈବ ବିବିଧତାର ଅନ୍ୟତମ ପ୍ରାଣକେନ୍ଦ୍ର ଭିତରକନିକା ଜାତୀୟ ଉଦ୍ୟାନରେ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟଅତିଥି ରାଜନଗର ବିଧାୟକ ଧ୍ରୁବଚରଣ ସାହୁଙ୍କ ସମେତ ବହୁ ପରିବେଶ ବି‌ଶେଷଜ୍ଞ ଏକାଠି ହୋଇ ଉପକୂଳ ସୁରକ୍ଷା ପ୍ରସଙ୍ଗରେ ସୁଚିନ୍ତିତ ମତାମତ ରଖିବେ। ଇଷ୍ଟର୍ଣ୍ଣ ମିଡିଆ ଲି‌ମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ, ‘ସମ୍ବାଦ’ ଓ ‘କନକ୍ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ, ଅବସରପ୍ରାପ୍ତ ପିସିସିଏଫ୍ (ବନ୍ୟପ୍ରାଣୀ) ବିଜୟକେତନ ପଟ୍ଟନାୟକ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

ଏହି ଅବସରରେ ପରିବେଶ, ପ୍ରାକୃତିକ ବିପର୍ଯ୍ୟୟ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କିତ ୩ଟି ଅଧିବେଶନ ଅନୁଷ୍ଠିତ ହେବ। ‘ଡରାଉଛି ସମୁଦ୍ର, ବଦଳୁଛି ଉପକୂଳର ଚିତ୍ର’ ଶୀର୍ଷକ ପ୍ରଥମ ଅଧିବେଶନରେ ରାଜନଗର ଡିଏଫ୍ଓ ସୁରେନ୍ଦ୍ର ଗୋପିନାଥ ଯାଦବ, ‘ନେଚର୍ସ କ୍ଲବ୍‌’ର ସମ୍ପାଦକ ମଧୁସ୍ମିତ୍‌ ପତି, ପାରାଦୀପ ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଅତିଥି ଭାବେ ଯୋଗ ଦେଇ ମତପ୍ରକାଶ କରିବେ। ‘ଜୀବନ ଓ ଜୀବିକାର ଆହ୍ବାନ’ ଶୀର୍ଷକ ଦ୍ବିତୀୟ ଅଧିବେଶନରେ ଓଡ଼ିଶା ବନ ବିଭାଗର ପୂର୍ବତନ ବରିଷ୍ଠ ବୈଜ୍ଞାନିକ ସୁଧାକର କର, ବାବା ବାଲୁଙ୍କେଶ୍ବର ଗ୍ରାମ୍ୟ ବିକାଶ ପରିଷଦର ପ୍ରତିଷ୍ଠାତା ଅମରେଶ ନରେଶ ସାମନ୍ତ, ଓଡ଼ିଶା ଜୀବିକା ମିସନ୍‌ର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ବକ୍ତା ଭାବେ ସାମିଲ ହେବେ। ‘ପ୍ରାକୃତିକ ବିପର୍ଯ୍ୟୟର ସୁରକ୍ଷା ବଳୟ: ହେନ୍ତାଳବଣ’ ଶୀର୍ଷକ ତୃତୀୟ ଅଧିବେଶନରେ ବିସିକେଆଇସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ସୁଆର,ଏନ୍ଆଇଟି ରାଉରକେଲାର ସହକାରୀ ପ୍ରଫେସର ମେଧା ନାୟକ, ଅବସରପ୍ରାପ୍ତ ସିସିଏଫ୍ ଅରୁଣ ମିଶ୍ର ଉପସ୍ଥିତ ରହି ମତ ରଖିବେ। ଏହି ଅବସରରେ ପରିବେଶ, ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ କାର୍ଯ୍ୟ କରୁଥିବା ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ‘ସମ୍ବାଦ ପରିବେଶ ସମ୍ମାନ’ ପ୍ରଦାନ କରାଯିବ।

ସୂଚନାଯୋଗ୍ୟ ଯେ ୨୦୨୪ରେ ‘ସମ୍ବାଦ ଗ୍ରୁପ୍’ ପକ୍ଷରୁ ଆରମ୍ଭ ହୋଇଥିବା ‘ପୃନଶ୍ଚ ପୃଥିବୀ’ ଅଭିଯାନ ବେଶ୍ ଲୋକପ୍ରିୟ ହୋଇପାରିଛି। ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ମୁକାବିଲା, ବୃକ୍ଷରୋପଣ ସମ୍ପର୍କିତ ସଚେତନତାଧର୍ମୀ କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କୁ ସାମିଲ କରାଯାଇଛି। ରାଜ୍ୟର ୧୪୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ‘କ୍ଲାଇମେଟ୍ ପଞ୍ଚାୟତ’ ଆୟୋଜନ ସହ ନିର୍ବାଚନମଣ୍ଡଳୀରେ ଜଳବାୟୁ ପରିବର୍ତ୍ତନ ଦ୍ବାରା ସୃଷ୍ଟି ହୋଇଥିବା ଆହ୍ବାନଗୁଡ଼ିକୁ ଲୋକଲୋଚନକୁ ଅଣାଯାଇପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe