Collegedunia
ବ୍ରହ୍ମପୁର : ଆଜି ବିଶ୍ୱ ଅଙ୍ଗଦାନ ଦିବସ। ଏହି ଅବସରରେ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ରୁ କେତେକ ଭଲଖବର ମିଳିଛି। ୨୦୧୩ରୁ ଆଜିପର୍ଯ୍ୟନ୍ତ ଏମ୍କେସିଜିକୁ ମୋଟ ୧୫ଟି ମରଶରୀର ଦାନସୂତ୍ରରେ ମିଳିସାରିଛି। ସେହିପରି, ଏମ୍କେସିଜିର ଚକ୍ଷୁ ବିଭାଗ ଜରିଆରେ ହଜାରେରୁ ଅଧିକ ଚକ୍ଷୁ ସଂଗ୍ରହ ହୋଇସାରିଲାଣି। ସେହି ଚକ୍ଷୁ ଜରିଆରେ ଦୃଷ୍ଟିହୀନ ବ୍ୟକ୍ତି ଦୁନିଆ ଦେଖିବାର ସୌଭାଗ୍ୟ ଅର୍ଜନ କରୁଛନ୍ତି। ଏହି ଖବର ଅଙ୍ଗଦାନ ପାଇଁ ଅଙ୍ଗଦାନ ପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କରିବ ବୋଲି କୁହାଯାଉଛି।
ଓଡ଼ିଶା ଆନାଟୋମି ବିଲ୍-୨୦୧୨ ପାସ୍ ହେବାପରେ ଶରୀରଦାନ କରିବା ଦିଗରେ ସଚେତନା ବୃଦ୍ଧି ପାଉଛି। ଓଡ଼ିଶା ବିଧାନସଭାରେ ସର୍ବସମ୍ମତି କ୍ରମେ ଏହି ବିଲ୍ ଗୃହୀତ ହୋଇଥିଲା। ଡାକ୍ତରୀ ଶିକ୍ଷା ଓ ଗବେଷଣା ପାଇଁ ଏହା ଥିଲା ଏକ ଐତିହାସିକ ପଦକ୍ଷେପ। ଫଳରେ, ଏହାପରଠୁ କୌଣସି ବ୍ୟକ୍ତିଙ୍କ ମୃତ୍ୟୁପରେ ପରିବାରବର୍ଗ ସ୍ବଇଚ୍ଛାରେ ମରଶରୀରକୁ ସରକାରୀ ମେଡିକାଲ କଲେଜକୁ ଦାନ କରିପାରୁଛନ୍ତି। ଏହିକ୍ରମରେ ବହୁ ବଦାନ୍ୟ ବ୍ୟକ୍ତି ଏମ୍କେସିଜିକୁ ଶରୀର ଦାନ ପାଇଁ ଘୋଷଣା କରିଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ୮୫ଜଣ ବ୍ୟକ୍ତି ନିଜର ଶରୀର ଦାନ ପାଇଁ ଏମ୍କେସିଜିରେ ଘୋଷଣାନାମା ଦାଖଲ କରିଥିବା ସୂଚନା ମିଳିଛି। ଏହାସହିତ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ଓ ସିପିଆଇଏମ୍ର ତରଫରୁ ମଧ୍ୟ କର୍ମୀ ଓ ନେତାଙ୍କ ମୃତ୍ୟୁପରେ ଶରୀର ଦାନ କରାଯାଉଛି।
ThePleasantDreamଗତ ୨୦୧୩ରୁ ୨୦୨୧ ପର୍ଯ୍ୟନ୍ତ ମୋଟ ୭ଟି ଶରୀର ଦାନ ସୂତ୍ରରେ ମିଳିଥିଲା। ଚଳିତ ୨୦୨୨ମସିହାରେ ୮ଟି ଶରୀର ଦାନ ସୂତ୍ରରେ ମିଳି ସାରିଲାଣି। ଅର୍ଥାତ୍, ୨୦୧୩ରୁ ଆଜିପର୍ଯ୍ୟନ୍ତ ଏମ୍କେସିଜିକୁ ମୋଟ ୧୫ଟି ମର ଶରୀର ଦାନସୂତ୍ରରେ ମିଳିସାରିଥିବା ଆନାଟୋମି ବିଭାଗର ମୁଖ୍ୟ ପ୍ରଫେସର ଡା. ସାଗର ପୃଷ୍ଟି ସୂଚନା ଦେଇଛନ୍ତି। ପୂର୍ବରୁ ବର୍ଷକୁ ଗୋଟିଏ ଶରୀର ମିଳିବା କଷ୍ଟକର ହୋଇପଡ଼ୁଥିଲା। ଏମ୍କେସିଜିରେ ମୃତ୍ୟୁବରଣ କରୁଥିବା ଅଜଣା ବ୍ୟକ୍ତିଙ୍କ ଶବକୁ ନେଇ ଆନାଟୋମି ବିଭାଗରେ ପାଠପଢ଼ା ହେଉଥିଲା। କିନ୍ତୁ, ଏବେ ଏହି ସମସ୍ୟା ନଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ, ଗତ ୨୦୧୦ରେ ଏମ୍କେସିଜିର ଆନାଟୋମି ବିଭାଗରେ ଏମ୍ବାମିଙ୍ଗ୍ ସେଣ୍ଟର୍ ପ୍ରତିଷ୍ଠା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ, ଏମ୍ବାମିଙ୍ଗ୍ ସେଣ୍ଟର୍ ପ୍ରତିଷ୍ଠା ପାଇଁ ସବୁଜ ସଙ୍କେତ ମିଳିନାହିଁ। ରାଜ୍ୟ ସରକାର କେବଳ କଟକ ଏସ୍ସିବିରେ ଏମ୍ବାମିଙ୍ଗ୍ ସେଣ୍ଟର୍ ପ୍ରତିଷ୍ଠା ନେଇ ଘୋଷଣା କରିଛନ୍ତି। ଏମ୍ବାମିଙ୍ଗ୍ ସେଣ୍ଟର୍ ଆନାଟୋମି ବିଭାଗଦ୍ବାରା ପରିଚାଳିତ ଏକ ସ୍ବତନ୍ତ୍ର ୟୁନିଟ୍। ସେଠାରେ ଶବ ସ˚ରକ୍ଷଣ ପାଇଁ ସ୍ବତନ୍ତ୍ର ଫ୍ରିଜର୍, ୨୪ ଘଣ୍ଟିଆ ଶବ ସ˚ଗ୍ରହ ପାଇଁ କର୍ମଚାରୀ, ଶୀତତାପ ନିୟନ୍ତ୍ରିତ ଆମ୍ବୁଲାନ୍ସ ଓ ଅଫିସ୍ କାମ ପାଇଁ କିରାଣି, ଡାଟା ଏଣ୍ଟ୍ରି ଅପରେଟର୍ ନିହାତି ଆବଶ୍ୟକ। ସେହିପରି ଲିଖିତନାମା ଦେଇଥିବା ବ୍ୟକ୍ତିଙ୍କ ମଧୢରୁ କାହାର ମୃତ୍ୟୁ ଘଟିଲେ ମରଶରୀର ସ˚ଗ୍ରହ କରିବା ହେଉଛି ଏହି ୟୁନିଟ୍ର କାମ। ହେଲେ, ବର୍ତ୍ତମାନ ସୁଦ୍ଧା ଏମ୍କେସିଜିରେ ଏମ୍ବାମିଙ୍ଗ ସେଣ୍ଟର୍ ପ୍ରତିଷ୍ଠା ହୋଇପାରିନଥିବା ଜଣାପଡ଼ିଛି।
Follow Us