ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ ଆଜି

Advertisment
ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ ଆଜି

ଖୋର୍ଧା: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୨ତମ ଜୟନ୍ତୀ ଆସନ୍ତାକାଲି (ବୁଧବାର) ଖୋର୍ଧାସ୍ଥିତ ଜାନକୀବଲ୍ଲଭ ପଟ୍ଟନାୟକ ଉଦ୍ୟାନ ଓ ରାମେଶ୍ୱର ବଗିଚାଠାରେ ପାଳନ କରାଯିବ।
ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି, ଖୋର୍ଧା ପକ୍ଷରୁ ଖୋର୍ଧାସ୍ଥିତ ଜାନକୀବଲ୍ଲଭ ପଟ୍ଟନାୟକ ଉଦ୍ୟାନ ପରିସରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସକାଳ ୮ଟାରେ ଏକ ସଭାର ଆୟୋଜନ କରାଯିବ। ଏଥିରେ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ରାଜନେତା ଓ ଜାନକୀବଲ୍ଲଭପ୍ରେମୀମାନେ ଯୋଗ ଦେବେ। ସେହିପରି ରାମେଶ୍ୱରଠାରେ ରାମେଶ୍ୱର ଜାନକୀ ବଲ୍ଲଭ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସକାଳ ୭ଟାରେ ଲେଣ୍ଡୋସ୍ଥିତ ସିଦ୍ଧେଶ୍ୱରଦେବଙ୍କ ପୀଠରୁ ଏକ ଗଣଦୌଡ଼ ଅନୁଷ୍ଠିତ ହେବ। ଏହା ବ୍ୟତୀତ ଦିବସବ୍ୟାପୀ ନାମ ସଂକୀର୍ତନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ‘ତପୋବନ’ ନାମରେ ଏକ ସ୍ମରଣିକା ଉନ୍ମୋଚନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe