ଆଜି ମହାପ୍ରଭୁଙ୍କ ବନକଲାଗି ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଶ୍ରୀମନ୍ଦିର ନୀତି ସବ୍‌କମିଟିର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ପୋତା ହେବ ଶ୍ରୀଜିଉଙ୍କ ଅଦରକାରୀ ଘୋଡ଼ାବସ୍ତ୍ର

ପୁରୀ: ଶ୍ରୀମନ୍ଦିରରେ ଆସନ୍ତାକାଲି ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଆସନ୍ତାକାଲି ଦ୍ୱିତୀୟ ଭୋଗମଣ୍ଡପ ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ। ଏଥିପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ।

ସଅଳ ଶୋଇଲେ ଠାକୁର

ପୁରୀ: ଆଜି ଶ୍ରୀମନ୍ଦିରରେ ସଅଳ ପହଡ଼କୁ ନେଇ ଭକ୍ତ ମହଲରେ ଚର୍ଚା ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ରାତି ୯ଟା ୩୦ ସୁଦ୍ଧା ଶ୍ରୀଜିଉଙ୍କ ପହଡ଼ ନୀତି ସଂପନ୍ନ ହୋଇଥିଲା। ଗତକାଲି ରାତି ୧୦ଟା ୩୦ ସୁଦ୍ଧା ପହଡ଼ ହୋଇଥିଲା। ରଥଯାତ୍ରା ପରେ ଶ୍ରୀଜିଉଙ୍କ ସଅଳ ନୀତି ଏକ ଶୁଭ ସଂକେତ ବୋଲି ଭକ୍ତମାନେ ମତ ଦେଇଥିବାବେଳେ ଆଉ କିଛି କହିଛନ୍ତି ଯେ ଶ୍ରୀମନ୍ଦିରରେ ଶୃଙ୍ଖଳା ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ତାଗିଦ ଯୋଗୁଁ ଏଭଳି ସଅଳ ନୀତି ସଂପନ୍ନ ହୋଇ ପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe