ଆଜି ମହାପ୍ରଭୁଙ୍କ ବନକଲାଗି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ, ଦେଢ଼ ମାସ ହେଲା ବନ୍ଦ ରହିଥିଲା

ବଦଳିଲା ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି: ଅର୍ପଣ ଚାଉଳରୁ ପ୍ରସ୍ତୁତ ମହାପ୍ରସାଦ ବଣ୍ଟନ ବନ୍ଦ

ପୁରୀ: ମହାପ୍ରଭୁଙ୍କ ବନକଲାଗି ଦେଢ଼ ମାସ ବନ୍ଦ ରହିବା ପରେ ଗୁରୁବାର ଅନୁଷ୍ଠିତ ହେବ। ଗୁରୁବାର ଆଶ୍ବିନ-କୃଷ୍ଣ ଷଷ୍ଠୀ ତିଥିରେ ବନକଲାଗି ନୀତି ଅନୁଷ୍ଠିତ ହେବ ବୋଲି ଚୂଡ଼ାନ୍ତ ହୋଇଛି। ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ଣ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଆଜି ସ୍ପଷ୍ଟ କରିଛି। ନୀଳାଦ୍ରି ବିଜେ ପରେ ବନକଲାଗିକୁ ନେଇ ବିବାଦ ଦେଖା ଦେଇଥିଲା। ବୁଧବାର ବନକଲାଗି ହେବ କି ଗୁରୁବାର, ଏହାକୁ ନେଇ ଅଡ଼ୁଆ ନ ତୁଟିବାରୁ ରଥଯାତ୍ର ପରେ ପରେ ପ୍ରାୟ ଦେଢ଼ ମାସ ମହାପ୍ରଭୁଙ୍କ ବନକଲାଗି ଅଟକି ରହିଥିଲା। ଶ୍ରୀମନ୍ଦିର ପ୍ରଶାସନ ବୁଧବାର ବନକଲାଗି କରିବାକୁ ଜିଦ୍‌ ଧରିଥିଲା।

ଅନ୍ୟପଟେ ଦତ୍ତ ମହାପାତ୍ର ସେବକ ଗୁରୁବାର ବନକଲାଗି କରିବାକୁ ଜିଦ୍‌ ଧରିଥିଲେ। ଏହି ବାଦବିବାଦ ଭିତରେ ପ୍ରାୟ ଦେଢ଼ ମାସ ବନକଲାଗି ଅଟକି ରହିବା ପରେ ଶେଷରେ ଅଗଷ୍ଟ ୨୮ରେ ହିଁ ବନକଲାଗି ହୋଇଥିଲା। ସେପ୍ଟେମ୍ବର ମାସରେ ଆଦୌ ବନକଲାଗି ହୋଇ ନଥିଲା।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ସ୍ବତ୍ତ୍ବଲିପିରେ ପ୍ରତି ସପ୍ତାହର ବୁଧବାର ଅବା ଗୁରୁବାର ବନକଲାଗି କରିବା ନେଇ ଉଲ୍ଲେଖ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe