ଆଜି ବାହୁଡ଼ିବେ ସାଆନ୍ତେ

Advertisment
ଆଜି ବାହୁଡ଼ିବେ ସାଆନ୍ତେ

ପୁରୀ: ସରିଛି କାଳିଆ ସାଆନ୍ତଙ୍କ ଜନ୍ମବେଦି ଲୀଳା। ଝୁରିଲାଣି ଶ୍ରୀମନ୍ଦିର ରତ୍ନବେଦି, ଡାକିଲେଣି ମା’ ଲକ୍ଷ୍ମୀ। ତେଣୁ ନୀଳକନ୍ଦରକୁ ବାହୁଡ଼ିବା ପାଇଁ ନୀଳାଦ୍ରିକେଶରୀ ମହାବାହୁ ପ୍ରସ୍ତୁତ ହେଲେଣି। ଏଥିପାଇଁ ଆଡ଼ପମଣ୍ଡପରେ ବନ୍ଧା ସରିଲାଣି ଚାରମାଳ। ମହାପ୍ରଭୁଙ୍କ ବାହୁଡ଼ା ପର୍ବ ଦେଖିବାକୁ ପହଞ୍ଚିସାରିଲେଣି ଭକ୍ତ। ବାଟରେ ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇ , ଲକ୍ଷଲକ୍ଷ ଆର୍ତ୍ତିଙ୍କ ଆରତ ଦୂର କରି ମହାବାହୁ ବାହୁଡ଼ିବେ। ମହାପ୍ରଭୁଙ୍କୁ ଶୀଘ୍ର ବାହୁଡ଼େଇ ନେବା ପାଇଁ ଚାଲିଛି ସଅଳ ନୀତିକାନ୍ତି।

ଆଜି ଦିନରୁ ସନ୍ଧ୍ୟା ଦର୍ଶନ ସରିବା ପରେ ମହାପ୍ରଭୁ ରଥରେ ସଅଳ ବାହୁଡ଼ିଯିବେ ବୋଲି ଭକ୍ତ ଆଶା ବାନ୍ଧିଛନ୍ତି। ସଅଳ ପହଣ୍ଡି ହୋଇ ଚତୁର୍ଦ୍ଧା ବିଗ୍ରହ ରଥାରୂଢ଼ ହେବା ପାଇଁ ରଥରେ ମଧ୍ୟ ଚାରମାଳ ବନ୍ଧା ଶେଷ ହୋଇଛି। ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଭାବ ବିହ୍ବଳ ଭକ୍ତ ଓ ଭକ୍ତ ବିନୋଦିଆ କଳା ଠାକୁରଙ୍କ ମଧ୍ୟରେ ରଥ ଉପରେ ଦେଖା ସାକ୍ଷାତର ବିରଳ ଦୃଶ୍ୟ ସଂଦର୍ଶନ କରିବାର ସୁଯୋଗ ମିଳିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଉଭୟ ରଥ, ପଥ, ଭକ୍ତ ମହାପ୍ରଭୁଙ୍କ ଏହି ମାନବୀୟ ଲୀଲାର ସଂଦର୍ଶନ ପାଇଁ ବ୍ୟାକୁଳ ହୃଦୟରେ ଅପେକ୍ଷା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe