ଆନନ୍ଦପୁର: ସେପ୍ଟେଟର ୬ ତାରିଖରେ ସ୍ଥାନୀୟ ଶୈଲଙ୍ଗଠାରେ ଛଅଜଣ ଦଳିତ ଯୁବକଙ୍କୁ ହଣାକଟା ମାମଲାରେ ଦୀର୍ଘ ଅଢ଼େଇ ମାସରୁ ଅଧିକ ଦିନକାଳ ଜେଲ୍ ହାଜତରେ ରହିଥିବା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଦ୍ବିତୀୟ ପୁତ୍ର ଦେବାଶିଷ ପାତ୍ର ଓରଫ୍ ଟୁଟୁଙ୍କ ଜାମିନ୍ ଆବେଦନର ଶୁଣାଣି ଆଜି ହାଇକୋର୍ଟରେ ହୋଇଛି। ଜଷ୍ଟିସ୍ ଦେବଦତ୍ତ ଦାସଙ୍କ କୋର୍ଟରେ ଏହି ମାମଲାର ଶୁଣାଣି କରାଯାଇଥିବା ବେଳେ ପୁଲିସ୍ ପକ୍ଷରୁ କେସ୍ ଡାଏରି ଓ ଅନ୍ୟାନ୍ୟ କାଗଜପତ୍ର ଦାଖଲ କରାଯାଇଥିଲା। ଦେବାଶିଷଙ୍କ ଓକିଲ ଜାମିନ୍ ଆବେଦନ କରିଥିବା ବେଳେ ରାୟ ସ˚ରକ୍ଷିତ ରଖା ଯାଇଥିବା ଜଣାପଡିଛି। ଦେବାଶିଷଙ୍କ ସହିତ ଏହି ମାମଲାରେ ଗିରଫ ହୋଇଥିବା ଅକ୍ଷୟ ସାହୁ, ନିର˚ଜନ ସାହୁ, ଆଶିଷ ବେହେରା, ଅଜୟ ସାହୁଙ୍କ ଜାମିନ୍ ଆବେଦନ କରାଯାଇଛି।
ସୂଚନାଯୋଗ୍ୟ ଯେ ଦେବାଶିଷଙ୍କ ନେତୃତ୍ବରେ ସେପ୍ଟେଟର ୬ତାରିଖ ଅପରାହ୍ଣ ୪ଟାବେଳେ ଘସିପୁରା ବସ୍ଷ୍ଟାଣ୍ତରେ ପୂର୍ବତନ ପୌରଉପାଧୢକ୍ଷ ସୁରେଶ ସାହୁଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଏହାର କିଛି ସମୟ ପରେ ଶୈଲଙ୍ଗଠାରେ ସନାସେନାର ଛଅଜଣ ସମର୍ଥକଙ୍କୁ ଖଣ୍ତା, ଭୁଜାଲି ଓ ଲୁହାରଡ଼ରେ ଆକ୍ରମଣ ହୋଇଥିବା ବେଳେ ସେମାନେ ଏବେବି ଚିକିତ୍ସାଧୀନ ଅଛନ୍ତି। ସେହିପରି ୧୭ ତାରିଖ ସ˚ଧୢାରେ ପଦନା ଛକରେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ପ୍ରଦୀପ ସାହୁଙ୍କୁ ଧରିବା ବେଳେ ପୁଲିସ ଉପରେ ଆକ୍ରମଣ ହୋଇଥିଲା। ଏହି ମାମଲାରେ ଦେବାଶିଷଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ପୁଲିସ୍ ୧୮ତାରିଖ ରାତିରେ ତିନୋଟି ମାମଲାରେ ଦେବାଶିଷଙ୍କୁ ଗିରଫ କରିଥିଲା। ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ଜାମିନ୍ ପାଇଥିବା ବେଳେ ହଣାକଟା ମାମଲାରେ ଏବେବି ଜେଲରେ ରହିଛନ୍ତି। ଦେବାଶିଷଙ୍କ ସହିତ ଘସିପୁରାର ଆଉ ଆଠଜଣ ମଧୢ ଏହି ମାମଲାରେ କେନ୍ଦୁଝର ଜେଲରେ ରହିଛନ୍ତି।
Follow Us