ଆଜି ପ୍ରକାଶ ପାଇବ ମାଟ୍ରିକ ଫଳ: ଆଶା, ଆଶଙ୍କାରେ ୩୦ ହଜାର ୫୮୯ ଛାତ୍ରଛା‌ତ୍ରୀ

Advertisment
ଆଜି ପ୍ରକାଶ ପାଇବ ମାଟ୍ରିକ ଫଳ: ଆଶା, ଆଶଙ୍କାରେ ୩୦ ହଜାର ୫୮୯ ଛାତ୍ରଛା‌ତ୍ରୀ

ବାଲେଶ୍ବର: ଆସନ୍ତାକାଲି ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ବିଳମ୍ବରେ ହେଲେ ବି ଦୀର୍ଘ ଦୁଇମାସର ପ୍ରତୀକ୍ଷା ପରେ ଆସନ୍ତାକାଲି ବାହାରିବାକୁ ଥିବା‌ ଏହି ପରୀକ୍ଷାଫଳକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆଶା ଆଶଙ୍କାରେ ରହିଥିବା ଜଣାପଡ଼ିଛି। ବାଲେଶ୍ବରରେ ଚଳିତବର୍ଷ ୧୫୧ଟି ସେଣ୍ଟରରେ ୩୦ ହଜାର ୫୮୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ଫେବ୍ରୁଆରି ୧୯ରୁ ମାର୍ଚ୍ଚ ୨ ଯାଏଁ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ ୨୬ ମେ’ରୁ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା। ତନ୍ମଧ୍ୟରୁ ବାହାନଗାରେ ୨୧୨୭, ବାଲିଆପାଳରେ ୩୨୧୬, ଭୋଗରାଇରେ ୩୭୩୮, ବସ୍ତାରେ ୨୧୫୩, ଜଳେଶ୍ବରରେ ୨୯୦୯, ସଦରରେ ୪୫୯୯, ରେମୁଣାରେ ୨୦୮୪, ନୀଳିଗିରିରେ ୧୭୫୧, ସୋରରେ ୨୬୦୭, ସିମୁଳିଆ ୧୫୩୪, ଖଇରାରେ ୨୭୯୪, ଔପଦାରେ ୧୧୦୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ପ୍ରକାଶଥାଉକି, ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା। କିନ୍ତୁ କରୋନା ଯୋଗୁଁ ଦେଶବ୍ୟାପୀ ଲକଡାଉନ୍ ଘୋଷଣା ହୋଇଥିଲା। ସେଥିପାଇଁ ଖାତା ଦେଖା ସ୍ଥଗିତ ରହିଥିଲା। ସେହିପରି ମେ’ ୨୦ ତାରିଖରେ ଖାତା ଦେଖାଯିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ବାତ୍ୟା ଅମ୍ଫାନ୍ ପାଇଁ ତାହା ୨୧ ତାରିଖକୁ ଘୁଞ୍ଚିଥିଲା। ହେଲେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଖାତାଦେଖା ସମ୍ଭବ ନହେବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାହା ସ୍ଥଗିତ ରଖାଯାଇଥିଲା। ଉଭୟ କରୋନା ଓ ଅମ୍ଫାନ ପାଇଁ ଖାତା ମୂଲ୍ୟାୟନ ବିଳମ୍ବ ହେବା ପରେ ମେ’ ୨୬ରୁ ଖାତା ଦେଖାଦେଖା ଆରମ୍ଭ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe