ଆଜି ‘ସମ୍ବାଦ’ ରାଜ୍ୟସ୍ତରୀୟ ପ୍ରତିଯୋଗିତା‌

Advertisment

‘ସମ୍ବାଦ’ର ୪୧ତମ ସ୍ୱନକ୍ଷତ୍ର ଅବସରରେ ‘ସମ୍ବାଦ- ଆମ ଓଡ଼ିଶା’ ପକ୍ଷରୁ ବିଦ୍ୟାଳୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ୧୫ ସେପ୍ଟେମ୍ବର ରବିବାର ଅନୁଷ୍ଠିତ ହେବ। ସାରା ରାଜ୍ୟରୁ ଏଥର ରେକର୍ଡ ସଂଖ୍ୟକ ୩ ଲକ୍ଷ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷାରେ ଭାଗନେବା..

‘ସମ୍ବାଦ’ର ୪୧ତମ ସ୍ୱନକ୍ଷତ୍ର ଅବସରରେ ‘ସମ୍ବାଦ- ଆମ ଓଡ଼ିଶା’ ପକ୍ଷରୁ ବିଦ୍ୟାଳୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ୧୫ ସେପ୍ଟେମ୍ବର ରବିବାର ଅନୁଷ୍ଠିତ ହେବ। ସାରା ରାଜ୍ୟରୁ ଏଥର ରେକର୍ଡ ସଂଖ୍ୟକ ୩ ଲକ୍ଷ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷାରେ ଭାଗନେବା..

୧୬ରୁ ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ‘ଶିକ୍ଷା ସମ୍ବାଦ’

ଭୁବନେଶ୍ୱର: ‘ସମ୍ବାଦ’ର ୪୧ତମ ସ୍ୱନକ୍ଷତ୍ର ଅବସରରେ ‘ସମ୍ବାଦ- ଆମ ଓଡ଼ିଶା’ ପକ୍ଷରୁ ବିଦ୍ୟାଳୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ୧୫ ସେପ୍ଟେମ୍ବର ରବିବାର ଅନୁଷ୍ଠିତ ହେବ। ସାରା ରାଜ୍ୟରୁ ଏଥର ରେକର୍ଡ ସଂଖ୍ୟକ ୩ ଲକ୍ଷ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷାରେ ଭାଗନେବାକୁ ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରିଛନ୍ତି। ଚିତ୍ରାଙ୍କନରେ ସର୍ବାଧିକ ୧ଲକ୍ଷ ୧୯ ହଜାର ୧୮୦ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ହସ୍ତାକ୍ଷରରେ ୧ ଲକ୍ଷ ୮ ହଜାର ୧୯୦ ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ପାଇଁ ୯୩ ହଜାର ୬୦ଜଣ ପଞ୍ଜୀକରଣ କରିଛନ୍ତି। ସାରା ରାଜ୍ୟରେ ୫୯୭ଟି ପରୀକ୍ଷା କେନ୍ଦ୍ର ହୋଇଛି। ପରୀକ୍ଷାର ସୁପରିଚାଳନା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। 

ଭାଗନେବେ ୩ ଲକ୍ଷ ୨୦ ହଜା‌ରରୁ ଅଧିକ ଛାତ୍ରଛାତ୍ରୀ
ସାରା ରାଜ୍ୟରେ ୫୯୭ଟି ପରୀକ୍ଷା କେନ୍ଦ୍ର

ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ, ହସ୍ତାକ୍ଷର ପ୍ରତିଯୋଗିତାରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଏବଂ ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷାରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ। ଛାତ୍ରଛାତ୍ରୀମାନେ ସିଧାସଳଖ ନିକଟସ୍ଥ ପରୀକ୍ଷା କେନ୍ଦ୍ରକୁ ଆସି ପ୍ରତିଯୋଗିତାରେ ଭାଗ ନେଇପାରିବେ। ପରୀକ୍ଷା କେନ୍ଦ୍ରରେ ହିଁ ମୂଲ୍ୟାୟନ କରାଯାଇ ସେହି ସ୍ଥାନରେ ବିଜେତାଙ୍କୁ ପୁରସ୍କୃତ କରାଯିବ। ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପରୀକ୍ଷାର୍ଥୀଙ୍କ ଉତ୍ତରଖାତା ରାଜ୍ୟସ୍ତରରେ ପୁନଃମୂଲ୍ୟାୟନ ହୋଇ ରାଜ୍ୟସ୍ତରୀୟ ବିଜେତାଙ୍କୁ ଚୟନ କରାଯିବ। ପରିବେଶ ସୁରକ୍ଷା ସହ ସଚେତନତାକୁ ଦୃଷ୍ଟିରେ ରଖି ‘ସମ୍ବାଦ ଗ୍ରୁପ୍‌’ ପକ୍ଷରୁ ଆରମ୍ଭ ହୋଇଥିବା ‘ପୁନଶ୍ଚ ପୃଥିବୀ’ ଅଭିଯାନର ଏକ ଅଂଶସ୍ବରୂପ ଏଥର ସମସ୍ତ ପ୍ରତିଯୋଗିତାର ପ୍ରଶ୍ନପତ୍ରଗୁଡ଼ିକ ପରିବେଶ ସମ୍ପର୍କିତ ରହିଛି। ଭବିଷ୍ୟତ ପିଢ଼ିଙ୍କୁ ପ୍ରକୃତି ଓ ପରିବେଶ ସମ୍ପର୍କରେ ଜଣାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି। ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରୁଥିବାରୁ ‘ସମ୍ବାଦ’ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe