ଆଜି ଶୁଲିଆ ଯାତ୍ରା: ଉତ୍ସାହିତ ଆଦିବାସୀ, ନିରବ ପ୍ରଶାସନ

ଆଜି ଶୁଲିଆ ଯାତ୍ରା: ଉତ୍ସାହିତ ଆଦିବାସୀ, ନିରବ ପ୍ରଶାସନ

Update Odisha-Odisha News I Latest News

ବଲାଙ୍ଗୀର/ଦେଓଗାଁ: ମଙ୍ଗଳବାର ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା। ବଣଜଙ୍ଗଳ ଘେରା ଖଇରଗୁରା ଓ କୁମୁରିଆରେ ପ୍ରସ୍ତୁତି ସରିଯାଇଛି। ପୂର୍ବ ବର୍ଷ ଭଳି ଏଥର ବି ପରମ୍ପରା ଅନୁଯାୟୀ ବଳି ଦେବେ ଆଦିବାସୀ। ଏହାକୁ ନେଇ ଆଦିବାସୀ ବେଶ୍‌ ଉତ୍ସାହିତ। କିନ୍ତୁ କିଛି ଦିନ ପୂର୍ବରୁ ସଚେତନତାର କଥା କହୁଥିବା ପ୍ରଶାସନ କେବଳ ମିଳିତ ବୈଠକଟିଏ କରି ନିରବ ବସିଛି। କେବଳ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ମୁତୟନ ହେବେ ବୋଲି ସୂଚନା ମିଳିଛି।

ଏଥର କରୋନା କଟକଣା ନଥିବାରୁ ଯାତ୍ରାକୁ ଆକର୍ଷଣୀୟ କରାଯାଇଛି। ଶୁଲିଆ ମହୋତ୍ସବ ୨୫ ତାରିଖରୁ ଚାଲୁଛି। ପୂର୍ବବର୍ଷ ଭଳି ଏଥର ଦୋକାନ ବଜାର ଲାଗିସାରିଲାଣି। ଦେଓଗାଁ ବ୍ଲକ୍‌ ଖଇରଗୁରା ଓ କୁମୁରିଆରେ ମଙ୍ଗଳବାର ରୀତିନୀତି ଅନୁସାରେ ପାଟବୋଦା ବଳି ଦେବା ପରେ ଭକ୍ତମାନେ ଆଣିଥିବା କୁକୁଡ଼ା, ପାରା, ବୋଦା, ମେଣ୍ଢା ଓ ପୋଢ଼ ବଳି ପଡ଼ିବ। ଏଥର ବି ହଜାର ସଂଖ୍ୟାରେ ବଳି ପଡ଼ିବ ବୋଲି କମିଟି ପକ୍ଷରୁ କହାଯାଇଛି। ମଙ୍ଗଳବାର ସକାଳୁ ପଞ୍ଚବାଦ୍ୟ ଦୁଲଦୁଲି ସହିତ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ଶୋଭାଯାତ୍ରାରେ ବାହାରି ଯାତ୍ରାସ୍ଥଳରେ ଆଦିବାସୀମାନେ ପହଞ୍ଚିବେ।

ମାନସିକଧାରୀ ଆଣିଥିବା ପଶୁପକ୍ଷୀଙ୍କୁ ପରମ୍ପରା ଅନୁଯାୟୀ ବଳି ଦିଆଯିବ ବୋଲି ସୂଚନା ଦିଆଯାଇଛି। ବିଗତ ବର୍ଷରେ ଯାତ୍ରାରେ ହଜାର ହଜାର ସଂଖ୍ୟାରେ ପଶୁବଳି ପଡୁଥିବାରୁ କିଛି ସଂଗଠନ ଏହାକୁ ବିରୋଧ କରିଥିଲେ। ଜିଲ୍ଲା ପ୍ରଶାସନ ବି ବଳି ବନ୍ଦ ପାଇଁ ଅଣ୍ଟା ଭିଡ଼ିଥିଲା। କିଛି ବର୍ଷ ଆଦିବାସୀ ଓ ପ୍ରଶାସନ ମୁହାଁମୁହିଁ ହୋଇଥିଲେ। କିନ୍ତୁ ଏଥର ବଳି ବନ୍ଦ ପାଇଁ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏପରିକି ଅନ୍ୟବର୍ଷ ଭଳି ପ୍ରଶାସନ ତରଫରୁ ସଚେତନତା ବି ସେତେଟା କରାଯାଇନାହିଁ। କେବଳ ପ୍ରଶାସନ ଏକ ମିଳିତ ବୈଠକ କରି ଚୁପଚାପ ବସିଛି। ପ୍ରଶାସନର କୌଣସି କଟକଣା ନଥିବାରୁ ଏଥର ଅନ୍ୟବର୍ଷ ଅପେକ୍ଷା ଅଧିକ ବଳି ପଡ଼ିବାର ସମ୍ଭାବନା ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe